କେନ୍ଦ୍ର ଓ ରାଜ୍ୟରେ ଆମ ସରକାର, ଫୁଙ୍କିଦେଲେ ଉଡିଯିବ: ବିଜେପି ନେତା ଦେଲେ ଧମକ

Advertisment
କେନ୍ଦ୍ର ଓ ରାଜ୍ୟରେ ଆମ ସରକାର, ଫୁଙ୍କିଦେଲେ ଉଡିଯିବ: ବିଜେପି ନେତା ଦେଲେ ଧମକ

photo-live hindustan

ଭୋପାଳ: ମଧ୍ୟପ୍ରଦେଶର ଭୋପାଳରେ ଜଣେ ବିଜେପି ନେତାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ବିଜେପି ନେତା ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀଙ୍କୁ ଧମକ ଦେଉଛନ୍ତି। ଏହି ଧମକରେ ସେ କହିଛନ୍ତି ଯେ ଉଭୟ କେନ୍ଦ୍ରରେ ଏବଂ ରାଜ୍ୟରେ ବିଜେପି ସରକାର ଅଛି । ଯଦି ଆମେ ତୁମମାନଙ୍କୁ ଫୁଙ୍କିଦେବୁ, ତୁମେ ସବୁ ଉଡ଼ିଯିବ | ଏହି ଭିଡିଓ ଟୁଇଟ୍ କରି କଂଗ୍ରେସ ଏହାକୁ ବିରୋଧ କରିଛି। କୁହାଯାଉଛି ଯେ ଆଜି ଭୋପାଳରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା |

ତେବେ ଏହି ସମୟରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ବିଜେପି ପତାକା ମଧ୍ୟ ଲଗାଯାଇଥିଲା। ସେଠାରେ ଉପସ୍ଥିତ ଥିବା ପୁଲିସ କର୍ମଚାରୀମାନେ ଏହି ପତାକା ହଟାଇବାକୁ ଚେଷ୍ଟା କରିଥିଲେ, ବିଜେପି ନେତାମାନେ ତାହା କରିବାକୁ ମନା କରିଦେଇଥିଲେ। କୁହାଯାଉଛି ଯେ ଏହା ପରେ ହିଁ ବିଜେପି ନେତା ଏହି ବିବୃତ୍ତି ଦେଇଛନ୍ତି। ଏହି ଭିଡିଓକୁ ଟ୍ୱିଟ୍ କରି ମଧ୍ୟପ୍ରଦେଶ କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସାଲୁଜା ଆପତ୍ତି ଉଠାଇଛନ୍ତି ।


ସେ ନିଜ ଟୁଇଟରେ ଲେଖିଛନ୍ତି ଯେ ଭୋପାଳରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ବିଜେପି ପତାକା ହଟାଇବାକୁ ନେଇ ବିବାଦ ଦେଖାଦେଇଥିଲା । ଏହି ସମୟରେ ବିଜେପି ନେତାମାନେ ଖୋଲାଖୋଲି ଧମକ ଦେଇଥିଲେ ଯେ କେନ୍ଦ୍ରରୁ ରାଜ୍ୟ ପର୍ଯ୍ୟନ୍ତ ବିଜେପି ସରକାର ଅଛି, ଯଦି ପତାକାକୁ ହଟାଇଦିଆଯାଏ, ତେବେ ଆମେ ଫୁଙ୍କିଦେବୁ ଓ ତୁମେମାନେ ଉଡିଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe