ମିଥ୍ୟା ଜନସ୍ୱାର୍ଥ ମାମଲା ଆଗତ କରିବା ମହଙ୍ଗା ପଡ଼ିଲା ବିଜେପି ନେତ୍ରୀଙ୍କୁ; ୨୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କଲେ ଅଦାଲତ

ମିଥ୍ୟା ଜନସ୍ୱାର୍ଥ ମାମଲା ଆଗତ କରିବା ମହଙ୍ଗା ପଡ଼ିଲା ବିଜେପି ନେତ୍ରୀଙ୍କୁ; ୨୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କଲେ ଅଦାଲତ

ଥିରୁବନ୍ତପୁରମ୍‌ (କେରଳ): ସବରିମାଲା ପ୍ରସଙ୍ଗରେ ପୁଣି ଆଜି ଏକ ବଡ଼ ଝଟ୍‌କା ଲାଗିଛି ଭାରତୀୟ ଜନତା ପାର୍ଟି (ବିଜେପି)କୁ। କେରଳ ବିଜେପିର ସାଧାରଣ ସଂପାଦକ ଶୋଭା ସୁରେନ୍ଦ୍ରନ୍‌ କେରଳ ହାଇକୋର୍ଟରେ ଆଗତ କରିଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍‌) ଏବେ ତାଙ୍କ ପାଇଁ ଏବଂ ଦଳ ପାଇଁ ବେଶ ମହଙ୍ଗା ସାବ୍ୟସ୍ତ ହୋଇଛି। ବିଜେପିର ସାଧାରଣ ସଂପାଦକ ଶୋଭା ସୁରେନ୍ଦ୍ରନ୍‌ ଆଗତ କରିଥିବା ଏହି ଯାଚିକାରେ ଅଭିଯୋଗ କରି କହିଥିଲେ ଯେ ସବରିମାଲା ମନ୍ଦିରକୁ ଯାଉଥିବା ଦଶନାର୍ଥୀମାନଙ୍କୁ କେରଳ ପୁଲିସ୍‌ ହଇରାଣ ହରକତ କରିବା ସହ ଦୁର୍ବବ୍ୟହାର ପ୍ରଦର୍ଶନ କରୁଛି।

ତେବେ, କେରଳ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଆଜି ଏହି ଯାଚିକାର ଶୁଣାଣି କରି ବିଜେପିର ସାଧାରଣ ସଂପାଦକ ଶୋଭା ସୁରେନ୍ଦ୍ରନ୍‌ ଆଗତ କରିଥିବା ଏହି ଯାଚିକା ସାଧାରଣ ଜନସ୍ୱାର୍ଥ ସମ୍ବଳିତ ନଥିବା ବରଂ ମିଥ୍ୟା, ଭିତ୍ତିହୀନ, ଉଦ୍ଦେଶ୍ୟ ପ୍ରଣୋଦିତ ଏବଂ କେବଳ ମାତ୍ର ନିଜର ପ୍ରଚାର ସର୍ବସ୍ୱ ଥିବା ଦର୍ଶାଇ ଏହାକୁ ଖାରଜ କରି ଦେଇଛନ୍ତି। ଏଥିସହ ମିଥ୍ୟା ମାମଲା ଆଗତ କରି କୋର୍ଟର ବହୁ ମୂଲ୍ୟ ସମୟ ନଷ୍ଟ କରିଥିବା ଅଭିଯୋଗରେ ତାଙ୍କୁ ୨୫ ହଜାର ଟଙ୍କାର ଜରିମାନାରେ ମଧ୍ୟ ଦଣ୍ଡିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe