କରୋନା ଆକ୍ରାନ୍ତ ହେଲେ ବିଜେପି ନେତ୍ରୀ ଉମା ଭାରତୀ

Advertisment
କରୋନା ଆକ୍ରାନ୍ତ ହେଲେ ବିଜେପି ନେତ୍ରୀ ଉମା ଭାରତୀ

indiatoday

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ଉମା ଭାରତୀ କରୋନା ଆକ୍ରାନ୍ତ ହୋଇଛନ୍ତି। ତାଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି। ଏବେ ତାଙ୍କୁ ବନ୍ଦେ ମାତରମ୍ କୁଞ୍ଜରେ କ୍ବାରେଣ୍ଟାଇନ କରାଯାଇଛି। ୩ଟି ଟୁଇଟ୍ କରି ବିଜେପି ନେତ୍ରୀ ଉମା ଭାରତୀ କରୋନା ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ପରୀକ୍ଷା କରାଇ ନେବାକୁ କହିଛନ୍ତି।

ପ୍ରଥମ ଟୁଇଟରେ, ମୁଁ ଆପଣଙ୍କୁ ସୂଚାଇ ଦେଉଛି ଯେ ଆଜି ମୋର ହିମାଳୟ ପର୍ବତ ଯାତ୍ରାର ଶେଷ ଦିନରେ ମୁଁ କରୋନା ଟେଷ୍ଟ କରୁଥିବା ଦଳକୁ ଡାକିଥିଲି। ୩ଦିନ ଧରି ସାମାନ୍ୟ ଜ୍ୱର ହୋଇଥିବାରୁ ପ୍ରଶାସନକୁ ଅନୁରୋଧ କରି ମୁଁ କରୋନା ପରୀକ୍ଷା କରାଇଥିଲି।

ଦ୍ବିତୀୟ ଟୁଇଟରେ, ମୁଁ ହିମାଳୟରେ ସମସ୍ତ କୋଭିଡ ଗାଇଡଲାଇନ ଅନୁସରଣ କରି ମଧ୍ୟ କରୋନା ଆକ୍ରାନ୍ତ ହୋଇଛି।

ତୃତୀୟ ଟୁଇଟରେ, ମୁଁ ଏବେ ହରିଦ୍ୱାର ଏବଂ ଋଷିକେଶଙ୍କ ମଧ୍ୟରେ ଥିବା ବନ୍ଦେ ମାତରମ କୁଞ୍ଜରେ କ୍ବାରେଣ୍ଟାଇନରେ ରହିଛି, ଯାହା ମୋର ପରିବାର ଭଳି।  ମୁଁ ୭ ଦିନ ପରେ ପୁନର୍ବାର ପରୀକ୍ଷା କରିବି ଏବଂ ଯଦି ପରିସ୍ଥିତି ସମାନ ରହେ, ତେବେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ନିଷ୍ପତ୍ତି ନେବି  ବୋଲି ଲେଖିଛନ୍ତି ଉମ‌ା ଭାରତୀ |

ଟ୍ୱିଟରରେ ବିଳମ୍ବିତ ରାତିରେ ପୋଷ୍ଟ କରି ଉମା ଭାରତୀ ଏହି ସୂଚନା ଦେଇଥିଲେ ଏବଂ ତାଙ୍କ ସହ ଯୋଗାଯୋଗରେ ଆସିଥିବା ଲୋକଙ୍କୁ କୋଭିଡ ପରୀକ୍ଷା କରିବାକୁ ନିବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe