ଶ୍ମଶାନ ନିକଟରେ ମହିଳାଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଲେ ବିଜେପି ନେତା

Advertisment
bjp poltician

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଗୋଣ୍ଡାରେ ଥିବା ଦଳୀୟ କାର୍ଯ୍ୟାଳୟରେ ବିଜେପି ଜିଲ୍ଲା ସଭାପତିଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ ହେବା ପରେ ବୁଲନ୍ଦସହରରୁ ପୁଣି ଏମିତି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। 

୩୪ ସେକେଣ୍ଡର ଭିଡିଓରେ ବିଜେପି ନେତା ରାହୁଲ ବାଲ୍ମିକୀଙ୍କୁ ବୁଲନ୍ଦସହରର ଶିକାରପୁର ଅଞ୍ଚଳରେ ଥିବା ଶ୍ମଶାନ ନିକଟରେ ଏକ କାର ଭିତରେ ମହିଳାଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ବିଭିନ୍ନ ମହଲରେ ଘଟଣାକୁ ନେଇ ତୀବ୍ର ନିନ୍ଦା ଓ ସମାଲୋଚନା କରାଯାଉଛି। 

 ବିଜେପି ଅନୁସୂଚିତ ମୋର୍ଚ୍ଚାର ଜିଲ୍ଲା ମନ୍ତ୍ରୀଙ୍କୁ କିଛି ଲୋକ ଶିକାରପୁର ଅଞ୍ଚଳର ଗାଁର ଶ୍ମଶାନ ନିକଟର ଜଣେ ମହିଳାଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ଥିବାର ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି କାବୁ କରିଥିଲେ। ଏହି ସମୟରେ ବିଜେପି ନେତା ଲୋକଙ୍କ ଗୋଡ଼ ଧରି ହାତ ଯୋଡ଼ି ନିବେଦନ କରି କହିଥିଲେ, ଭାଇ, ଦୟାକରି ମୋତେ କ୍ଷମା କରନ୍ତୁ। ଆଗକୁ ଏପରି ଭୁଲ ଆଉ ହେବ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe