କରୋନା ଆକ୍ରାନ୍ତ ହେଲେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ ବୋଲି କହିଥିବା ବିଜେପି ନେତା ଏବେ ନିଜେ ଆକ୍ରାନ୍ତ

Advertisment
କରୋନା ଆକ୍ରାନ୍ତ ହେଲେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ ବୋଲି କହିଥିବା ବିଜେପି ନେତା ଏବେ ନିଜେ ଆକ୍ରାନ୍ତ

Image Courtesy of OneIndia

କୋଲ୍‌କାତା: କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ ବୋଲି କହିଥିବା ପଶ୍ଚିମବଙ୍ଗର ବିଜେପି ନେତା ଅନୁପମ ହଜରା କୋଭିଡ୍-୧୯ ପଜିଟିଭ୍ ହୋଇଥିବା ଜଣାପଡ଼ିଛି ।

ପଶ୍ଚିମବଙ୍ଗରୁ ବିଜେପିର ନୂଆ ଜାତୀୟ ସମ୍ପାଦକ ହୋଇଥିବା ଅନୁପମ ହଜରା ଆଜି ତାଙ୍କ ଫେସ୍‌ବୁକ୍ ପେଜ୍‌ରେ ପୋଷ୍ଟ୍‌ କରିଛନ୍ତି: ‘କୋଭିଡ୍ ପଜିଟିଭ୍।  କୋଲ୍‌କାତାର ଏକ ଘରୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛି ।’  ତାଙ୍କ ଶରୀର ଖରାପ ହେବାରୁ କରୋନାଭାଇରସ୍ ପରୀକ୍ଷା କରାଯାଇଥିଲା ।

ପୂର୍ବରୁ ହଜରା ପଶ୍ଚିମବଙ୍ଗର ବୋଲପୁର ନିର୍ବାଚନ ମଣ୍ଡଳୀରୁ ତୃଣମୂଳ କଂଗ୍ରେସର ସାଂସଦ ଥିଲେ। ୨୦୧୯ ଜାନୁଆରିରେ ସେ ବିଜେପିରେ ଯୋଗ ଦେଇଥିଲେ। ବିବାଦୀୟ ‘କୋଭିଡ୍ ଆଲିଙ୍ଗନ’ ମନ୍ତବ୍ୟ କାରଣରୁ ଏ ସପ୍ତାହର ପ୍ରାରମ୍ଭରେ ହଜରାଙ୍କ ନାମରେ ପୁଲିସରେ ଅଭିଯୋଗ ଦାଏର କରାଯାଇଥିଲା ।

publive-image Image Courtesy of Hindustan Times

ଗତ ରବିବାର ଦିନ ସେ କହିଥିଲେ, ମୁଁ ଯଦି କେବେ କୋଭିଡ୍‌ ପଜିଟିଭ୍ ହୁଏ, ମୁଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରିବି। ତେବେ ଯାଇ‌ ସେ ବୁଝିବେ ଏ ମହାମାରୀରେ ଆକ୍ରାନ୍ତ ହେଉଥିବା ଓ ପ୍ରିୟପରିଜନଙ୍କୁ ହରାଇଥିବା ଲୋକଙ୍କ କଷ୍ଟ।

ଜଣେ ମହିଳା ଏବଂ ରାଜ୍ୟର ମୁଖ୍ୟଙ୍କ ପ୍ରତି ଏଭଳି ଅଶାଳୀନ ମନ୍ତବ୍ୟ ଦେଇଥିବା କାରଣରୁ ତୃଣମୂଳ କଂଗ୍ରେସର ରିଫ୍ୟୁଜି ସେଲ୍‌ ଦାର୍ଜିଲିଂ ଜିଲ୍ଲାର ସିଲିଗୁଡ଼ି ଥାନାରେ ତାଙ୍କ ନାମରେ ଅଭିଯୋଗ ଦାଏର କରିଥିଲା।

ହଜରାଙ୍କର ଏଭଳି ମନ୍ତବ୍ୟ ଠାରୁ ପଶ୍ଚିମବଙ୍ଗର ବିଜେପି ନେତାମାନେ ଦୂରେଇ ରହିଛନ୍ତି। ବିଜେପିର ନବ ନିଯୁକ୍ତ ଉପାଧ୍ୟକ୍ଷ ମୁକୁଲ ରାୟ କହିଛନ୍ତି, ଗୁରୁତ୍ବପୂର୍ଣ୍ଣ ପଦବୀରେ ଥିବା ଲୋକେ ନିଜ କଥା ପ୍ରତି ଯତ୍ନଶୀଳ ହେବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe