ଅଗ୍ନିବୀର ସଂପର୍କରେ ବିଜେପି ନେତାଙ୍କ ବିବାଦୀୟ ‌ବୟାନ

Advertisment

ବିଜେପି କାର୍ଯ୍ୟାଳୟରେ ସିକ୍ୟୁରିଟି ଚାକିରିରେ ମିଳିବ ଅଗ୍ରାଧିକାର

ବିଜେପି କାର୍ଯ୍ୟାଳୟରେ ସିକ୍ୟୁରିଟି ଚାକିରିରେ ମିଳିବ ଅଗ୍ରାଧିକାର

ଅଗ୍ନିବୀର ସଂପର୍କରେ ବିଜେପି ନେତାଙ୍କ ବିବାଦୀୟ ‌ବୟାନ

Telegraph India

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟ ଅଗ୍ନିବୀରଙ୍କ ସଂପର୍କରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ଇନ୍ଦୋରଠାରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି, ଯଦି ସେ ଦଳର କାର୍ଯ୍ୟାଳୟରେ ସିକ୍ୟୁରିଟି ରଖିବାକୁ ଚାହିବେ ତାହେଲେ ଅଗ୍ନିବୀରମାନଙ୍କୁ ଅଗ୍ରାଧିକାର ଦେବେ। ବିଜୟବର୍ଗୀୟଙ୍କ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ତାଙ୍କର ଏହି ମନ୍ତବ୍ୟକୁ କଂଗ୍ରେସ, ଆମ୍ ଆଦ୍‌ମୀ ପାର୍ଟି, ଶିବ ସେନା, ଏଆଇଏମଆଇଏମ ଆଦି ଦଳର ନେତାମାନେ ତୀବ୍ର ସମାଲୋଚନା କରିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ଆବାହକ ଅରବିନ୍ଦ କେଜ୍ରିୱାଲ ଏବଂ ବିଜେପି ନେତା ବରୁଣ ଗାନ୍ଧି ଦେଶର ଯୁବକ ଏବଂ ସେନାର ଲୋକଙ୍କୁ ଏଭଳି ଅପମାନିତ ନକରିବା ପାଇଁ ବିଜୟବର୍ଗୀୟଙ୍କୁ କହିଛନ୍ତି। କଂଗ୍ରେସ ପକ୍ଷରୁ କୁହାଯାଇଛି, ଅଗ୍ନିପଥ ଯୋଜନା ସଂପର୍କରେ ବିଜୟବର୍ଗୀୟ ସବୁ ସନ୍ଦେହ ଦୂର କରିଦେଇଛନ୍ତି। ବିବାଦ ବଢ଼ିବାରୁ ବରିଷ୍ଠ ‌ବିଜୟବର୍ଗୀୟ ତାଙ୍କ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ଟୁଲକିଟ୍ ଗ୍ୟାଙ୍ଗ୍ ତାଙ୍କ ମନ୍ତବ୍ୟକୁ ବିକୃତ କରିଛନ୍ତି ବୋଲି ‌ସେ ଅଭିଯୋଗ କରିଛନ୍ତି। ଟ୍ବିଟ୍ କରି ସେ କହିଛନ୍ତି, ଅଗ୍ନିପଥ ଯୋଜନା ମାଧ୍ୟମରେ ବାହାରୁଥିବା ଅଗ୍ନିବୀରମାନେ ନିଶ୍ଚିତଭାବେ ପ୍ରଶିକ୍ଷିତ ଓ କର୍ତ୍ତବ୍ୟ ପ୍ରତି ପ୍ରତିବଦ୍ଧ ରହିବେ। ସେନାରେ ସେବା ଅବଧି ପୂରଣ କରିବା ପରେ ସେମାନେ ଯେଉଁ କ୍ଷେତ୍ରକୁ ‌ଯିବେ ସେଠାରେ ସେମାନଙ୍କ ଉତ୍କର୍ଷକୁ ଉପଯୋଗ କରିବେ ବୋଲି ବିଜୟବର୍ଗୀୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe