ୱକଫ୍‌ ଆଇନକୁ ସମର୍ଥନ କରିବାରୁ ବିଜେପି ନେତାଙ୍କ ଘର ଜାଳିଦେଲେ

ୱକଫ୍‌ ଆଇନକୁ ସମର୍ଥନ କରିବାରୁ ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତିଙ୍କ ଘରେ ନିଆଁ ଲଗାଇ ଦିଆଯାଇଛି। ଏହି ଘଟଣା ପରେ ମଣିପୁରର ଥୋବାଲ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ମୁସଲମାନବହୁଳ ଲିଲୋଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଷେଧାଦେଶ ଜାରି କରିଛନ୍ତି।

fgfgbbvg

ଇମ୍ଫାଲ: ୱକଫ୍‌ ଆଇନକୁ ସମର୍ଥନ କରିବାରୁ ରାଜ୍ୟ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତିଙ୍କ ଘରେ ନିଆଁ ଲଗାଇ ଦିଆଯାଇଛି। ଏହି ଘଟଣା ପରେ ମଣିପୁରର ଥୋବାଲ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ମୁସଲମାନବହୁଳ ଲିଲୋଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିଷେଧାଦେଶ ଜାରି କରିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ପ୍ରାୟ ୭ ହଜାର ଲୋକଙ୍କ ଭିଡ଼ ଲାଠି ଓ ପଥର ଧରି ଲିଲୋଙ୍ଗ ମାମେଇର ମହମ୍ମଦ ଅସ୍କର ଅଲିଙ୍କ ଘରକୁ ଘେରି ଯାଇଥିଲେ ଏବଂ ପଶି ନିଆଁ ଲଗାଇ ଦେଇଥିଲେ। 

ଥୋବାଲ ଜିଲ୍ଲା ମାଜିଷ୍ଟ୍ରେଟ୍ ନିଷେଧାଦେଶ ଜାରି କରି କହିଛନ୍ତି ଯେ ଲିଲୋଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଆଖପାଖ ଅଞ୍ଚଳରେ ଏହି ମାମଲା ଅତ୍ୟନ୍ତ ସମ୍ବେଦନଶୀଳ। ଅଞ୍ଚଳର ଶାନ୍ତି ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେଣୁ ସମଗ୍ର ଅଞ୍ଚଳରେ ବିଏନ୍‌ଏସ୍, ୨୦୨୩ର ଧାରା ୧୬୩ ଅନୁଯାୟୀ ନିଷେଧାଦେଶ ଜାରି କରାଗଲା। ବିଜେପି ନେତା ୱକଫ୍ ସଂଶୋଧନ ବିଲ୍‌କୁ ସମର୍ଥନ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହି ଘଟଣା ଘଟିଛି। ‘ୱକଫ୍ ସଂଶୋଧନ ବିଲ୍‌କୁ ନେଇ ରାଜନୀତି କରନ୍ତୁ ନାହିଁ। ବିଲ୍‌କୁ ସ୍ୱାଗତ। ଆମେ ସଂଶୋଧିତ ୱକଫ୍‌ ଆଇନକୁ ସମର୍ଥନ କରୁଛୁ’ ବୋଲି ଅଲି ପୋଷ୍ଟ୍‌ କରିଥିଲେ। ଏହାକୁ ନେଇ  ଅଲିଙ୍କ ବିରୋଧରେ ଏକ ଉଗ୍ର ଭିଡ଼ ହିଂସାକୁ ଓହ୍ଲାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe