ସମ୍ଭଲରେ ବିଜେପି ନେତାଙ୍କୁ ହତ୍ୟା, ବାଇକରେ ଆସି ବିଷାକ୍ତ ଇଂଜେକ୍ସନ ଦେଲେ

Advertisment

ଉତ୍ତର ପ୍ରଦେଶର ସମ୍ଭାଲ ଜିଲ୍ଲାର ଜୁନୱାଇ ଥାନା ଅଞ୍ଚଳରେ ସୋମବାର ଅପରାହ୍ନରେ ଏକ ମୋଟର ସାଇକେଲରେ ୩ ଜଣ ଅଜଣା ବ୍ୟକ୍ତି ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତାଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଉତ୍ତର ପ୍ରଦେଶର ସମ୍ଭାଲ ଜିଲ୍ଲାର ଜୁନୱାଇ ଥାନା ଅଞ୍ଚଳରେ ସୋମବାର ଅପରାହ୍ନରେ ଏକ ମୋଟର ସାଇକେଲରେ ୩ ଜଣ ଅଜଣା ବ୍ୟକ୍ତି ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତାଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି।

sambhal

ସମ୍ଭଲ : ଉତ୍ତର ପ୍ରଦେଶର ସମ୍ଭାଲ ଜିଲ୍ଲାର ଜୁନୱାଇ ଥାନା ଅଞ୍ଚଳରେ ସୋମବାର ଅପରାହ୍ନରେ ଏକ ମୋଟର ସାଇକେଲରେ ୩ ଜଣ ଅଜଣା ବ୍ୟକ୍ତି ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତାଙ୍କୁ ବିଷାକ୍ତ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଉଠିଛି ।

ଗୁଣୌରର ସର୍କଲ ଅଫିସର (ସିଓ) ଦୀପକ ତିୱାରୀଙ୍କ ସୂଚନା ଅନୁଯାୟୀ, ଜୁନାବାଇ ଥାନା ଅଧୀନ ଡାଫ୍ତାରା ଗ୍ରାମରେ ଥିବା ଗୁଲଫାମ ସିଂହ ଯାଦବ (୬୦) ନିଜ ଘରେ ବସିଥିବା ବେଳେ ତିନି ଜଣ ଅଜ୍ଞାତ ବ୍ୟକ୍ତି ଏକ ମୋଟର ସାଇକେଲରେ ଆସି ତାଙ୍କୁ ଇଞ୍ଜେକ୍ସନ ଦେଇ ଫେରାର ହୋଇଯାଇଥିଲେ। 

ଦୀପକ ତିୱାରୀଙ୍କ କହିବା ଅନୁସାରେ, ଯାଦବଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଆଲିଗଡ଼ ନିଆଯାଉଥିଲା, କିନ୍ତୁ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ତିୱାରୀ କହିଛନ୍ତି ଯେ ଯାଦବଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସିନାହିଁ, କିନ୍ତୁ ଘଟଣାର ତଦନ୍ତ ପାଇଁ ଏକ ପୋଲିସ ଟିମ୍ ନିୟୋଜିତ କରାଯାଇଛି। ଯାଦବ ବିଜେପି ଟିକେଟରେ ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନ ଲଢ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe