ବିଜେପି ନେତାଙ୍କ ପୁଅ ପିସ୍ତଲରେ ଖେଳିବା ବେଳେ ଗୁଳି ଫୁଟିଗଲା, ୧୧ ବର୍ଷର ଶିଶୁ ମୃତ

Advertisment
ଯୁବକଙ୍କୁ ଆକ୍ରମଣ, ଫୁଟିଲା ୨ ରାଉଣ୍ଡ ଗୁଳି

Khabarplus

ଲକ୍ଷ୍ନୌ : ଉତ୍ତରପ୍ରଦେଶର କୌଶାମ୍ବୀ ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ଘଟିଛି। ଜନୈକ ବିଜେପି ନେତାଙ୍କ ୧୦ ବର୍ଷର ପୁଅ ଖେଳୁଖେଳୁ ପିସ୍ତଲରୁ ଗୁଳି ଫୁଟିଗଲା। ଏହି ଗୁଳି ବାଜି ପାଖରେ ଥିବା ଜଣେ ୧୧ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ଘଟଣା କରାରୀ ଥାନା ଅନ୍ତର୍ଜତ ଅଶୋକ ନଗରର। ପୁଲିସ ଶବ ଜବତ କରି ପୋଷ୍ଟମର୍ଟମ୍ ପାଇଁ ପଠାଇଛି।

ସୂଚନା ଅନୁସାରେ ବିଜେପି ନେତା ସଂଜୟ ଜୟସ୍ବାଲଙ୍କ ଅଶୋକ ନଗରସ୍ଥ ଘରେ ଶନିବାର ସନ୍ଧ୍ୟା ୬ଟା ବେଳେ ପିଲାମାନେ ଖେଳୁଥିଲେ। ପଡ଼ୋଶୀ ରାମେଶ୍ବର ପ୍ରସାଦଙ୍କ ୧୧ ବର୍ଷର ପୁଅ ଅନନ୍ତ ବର୍ମା ମଧ୍ୟ ଖେଳୁଥିଲା। ପିଲାମାନେ ଘର ଭିତରେ ଖେଳୁଥିଲେ ଏବଂ ଘରେ ଆଉ କେହି ନ ଥିଲେ। ଖେଳୁଖେଳୁ ପିଲାମାନେ ଗୋଟିଏ କୋଠରି ଭିତରେ ପଶିଗଲେ, ଯେଉଁଠି ସଂଜୟ ଜୟସ୍ବାଲଙ୍କର ଗୁଳିଭର୍ତ୍ତି ପିସ୍ତଲ ଥିଲା। ଜୟସ୍ବାଲଙ୍କ ପୁଅ ଖେଳୁଖେଳୁ ଉକ୍ତ ପିସ୍ତଲରେ ହାତ ମାରିଦେଇଥିଲା ଏବଂ ଗୁଳି ସିଧା ଯାଇ ଅନନ୍ତ ଦେହରେ ବାଜିଥିଲା। ପିଲାଙ୍କଠାରୁ ଖବର ପାଇ ଅନନ୍ତର ମାଆ ପୁଅକୁ ତୁରନ୍ତ ହସ୍ପିଟାଲକୁ ନେବାର ବ୍ୟବସ୍ଥା କରିଥିଲେ କିନ୍ତୁ ସେଠାରେ ତା’ର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe