୩ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା

Advertisment
ସାଂଗଠନିକ ପରିବର୍ତ୍ତନ ପାଇଁ ପ୍ରସ୍ତୁତି: ଅନ୍ତର୍ଘାତୀ କାର୍ଯ୍ୟ ୟୁପିରେ ବିଜେପିକୁ ବୁଡ଼ାଇଲା

ନୂଆଦିଲ୍ଲୀ: ୩ଟି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ନିଜର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ୩ଟି ରାଜ୍ୟ ହେଲେ ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ।

ବିଜେପି ହିମାଚଳ ପ୍ରଦେଶର ଦେହରାରୁ ହୋଶିୟାର ସିଂ ଚମ୍ବାୟାଲ, ହମିରପୁରରୁ ଆଶିଷ ଶର୍ମା ଏବଂ ନାଲାଗଡ଼ରୁ କୃଷ୍ଣ ଲାଲ ଠାକୁରଙ୍କ ନାମ ଘୋଷଣା କରିଛି।

କମଲେଶ ଶାହାଙ୍କୁ ମଧ୍ୟପ୍ରଦେଶର ଏକ ଆସନ ଅମରୱାଡାରୁ ବିଜେପି ଟିକେଟ ଦିଆଯାଇଛି । ଉତ୍ତରାଖଣ୍ଡରେ ଦଳ ବଦ୍ରିନାଥ ଆସନରୁ ରାଜେନ୍ଦ୍ର ସିଂହ ଭଣ୍ଡାରୀ ଓ ମାଙ୍ଗାଲୋର ଆସନରୁ କରତାର ସିଂହ ଭଡାନାଙ୍କୁ ପ୍ରାର୍ଥୀ କରିଛି। ବିହାର, ପଶ୍ଚିମବଙ୍ଗ, ତାମିଲନାଡୁ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶର ମୋଟ ୧୩ଟି ବିଧାନସଭା ଆସନପାଇଁ ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗ (ଇସିଆଇ) ତାରିଖ ଘୋଷଣା କରିଛନ୍ତି।

କେଉଁ କେଉଁ ଆସନରେ ହେବ ଉପନିର୍ବାଚନ ?

ପଶ୍ଚିମବଙ୍ଗର ୪ଟି, ହିମାଚଳ ପ୍ରଦେଶର ୩ଟି ଏବଂ ଉତ୍ତରାଖଣ୍ଡର ୨ଟି ଆସନରେ ଉପନିର୍ବାଚନ ହେବ। ବିହାରର ରୂପୌଲି, ପଶ୍ଚିମବଙ୍ଗର ରାୟଗଞ୍ଜ, ପଶ୍ଚିମବଙ୍ଗର ରାଣାଘାଟ ଦକ୍ଷିଣ, ପଶ୍ଚିମବଙ୍ଗର ବାଗଡା, ପଶ୍ଚିମବଙ୍ଗର ମାଣିକତାଲା, ତାମିଲନାଡୁର ବିକ୍ରାବଣ୍ଡି, ତାମିଲନାଡୁର ଅମରୱାଡା, ଉତ୍ତରାଖଣ୍ଡର ବଦ୍ରିନାଥ, ଉତ୍ତରାଖଣ୍ଡର ମାଙ୍ଗାଲୋର, ଉତ୍ତରାଖଣ୍ଡର ଜଳନ୍ଧର ପଶ୍ଚିମ, ହିମାଚଳ ପ୍ରଦେଶର ଦେହରାପୁର, ହିମାଚଳ ପ୍ରଦେଶର ହମିରପୁର ଓ ହିମାଚଳ ପ୍ରଦେଶର ନାଲାଗଡ଼ରେ ନିର୍ବାଚନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe