ବ୍ୟବସ୍ଥା ବିରୋଧୀ ହାଓ୍ଵାକୁ ହ୍ରାସ କରିବା ପାଇଁ ରାଜସ୍ଥାନରେ ବିଜେପି ୫୦ ପ୍ରତିଶତ ଦଳୀୟ ବିଧାୟକଙ୍କୁ ଟିକେଟ ଦେବ ନାହିଁ !

ବ୍ୟବସ୍ଥା ବିରୋଧୀ ହାଓ୍ଵାକୁ ହ୍ରାସ କରିବା ପାଇଁ ରାଜସ୍ଥାନରେ ବିଜେପି ୫୦ ପ୍ରତିଶତ ଦଳୀୟ ବିଧାୟକଙ୍କୁ ଟିକେଟ ଦେବ ନାହିଁ !

ନୂଆଦିଲ୍ଲୀ: ରାଜସ୍ଥାନରେ ବ୍ୟବସ୍ଥା ବିରୋଧୀ ଭୋଟକୁ ପ୍ରତିହତ କରି ପୁଣି ଥରେ କ୍ଷମତାସୀନ ହେବା ପାଇଁ ଶାସକ ବିଜେପି ଦଳ ଏକ ବିଶେଷ ରଣନୀତି ଆପଣେଇବାକୁ ଯାଉଥିବା ଚର୍ଚ୍ଚା ହେଉଛି। ରଣନୀତି ଅନୁଯାଯୟୀ, ଚଳିତ ବିଧାନସଭାର ପ୍ରାୟ ୫୦ ପ୍ରତିଶତ ବିଧାୟକଙ୍କ ଟିକେଟ୍‌ ବିଜେପି କାଟିବ। ଅର୍ଥାତ୍‌ କାର୍ଯ୍ୟଦକ୍ଷତା ଆଧାରରେ ଏଥର ବର୍ତ୍ତମାନ ବିଧାନସଭାର ନିଜ ଦଳର ପ୍ରାୟ ଅଧେ ବିଧାୟକଙ୍କୁ ଟିକେଟ ଦେବ ନାହଁ। ସେମାନଙ୍କ ସ୍ଥାନରେ ନୂଅ ପ୍ରାର୍ଥୀଙ୍କୁ ସୁଯୋଗ ଦେବ। ନୂଆପ୍ରାର୍ଥୀଙ୍କ ବିରୋଧରେ ଜନସନ୍ତୋଷ ନ ଥିବାରୁ ଏହା ବିଜେପି ପାଇଁ ସୁବିଧାଜନକ ହେବ ବୋଲି ଦଳୀୟ ସତ୍ରରୁ ଜଣାପଡ଼ିିଛି। ଦଳର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜସ୍ଥାନ ବିଧାନସଭାରେ ବିଜେପିର ବିଧାୟକ ସଂଖ୍ୟା ରହିଛି ୧୬୦। ସେଥିମଧ୍ୟରୁ ଦଳ ପ୍ରାୟ ୮୦ରୁ ୧୦୦ ଜଣ ବିଧାୟକଙ୍କ ଟିକେଟ ସେମାଙ୍କ କାର୍ଯ୍ୟଦକ୍ଷତା ଆଧାରରେ କାଟିବାକୁ ଯାଉଛି।

publive-image ଦଳୀୟ ସୂତ୍ରରୁ ପ୍ରକାଶ ଯେ,ରାଜ୍ୟର ଯେଉଁ ବିଧାୟକ ଲୋକମାନଙ୍କ ଆଶଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛନ୍ତି, ସେମାନଙ୍କୁ ଏଥର ଦଳୀୟ ଟିକେଟ ଦିଆଯିବ ନାହିଁ। ତେବେ ସମାନଙ୍କ ସ୍ଥାନରେ ଦଳ ପ୍ରଥମ ଥର ବିଧାନସଭା ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଯୁବଗୋଷ୍ଠୀଙ୍କୁ ଅଗ୍ରାଧିକାର ଦେବ। ଫଳରେଏହି ଯୋଗଗୋଷ୍ଠୀ ବ୍ୟବସ୍ଥା ବିରୋଧୀ ଭୋଟ୍‌କୁ ପ୍ରତିହତ କରି ବିଜେପି ପାଇଁ ବିଜୟ ସମ୍ଭାବନା ବଢ଼ାଇ ପାରିବେ। ସେହିପରି ଯୁବଗୋଷ୍ଟିଙ୍କୁ ଦଳୀୟ ଟିକେଟ ଦେଲା ବେଳେ ଜାତି ଆଧାରକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ରାଜସ୍ଥାନରେ ରାଜପୁତମାନେ ବିଜେପିର ପାରମ୍ପରିକେ ଭାଟ୍‌ ବକ୍ସ ଭାବେ ଜଣଶୁଣା। ତେବେ ରାଜ୍ୟରେ ରାଜପୁତ ଭୋଟ୍‌ କିଛି ମାତ୍ରାରେ ବିଜେପିରୁ କଂଗ୍ରେସ ଆଡକୁ ଢ଼ଳୁଥିବାରୁ ବିଜେପି ପୂର୍ବ ରାଜସ୍ଥାନର ମୀନା ଜାତିଙ୍କୁ ନିଜ ସମର୍ଥନରେ ଯୋଗାଡ଼ କରିବାରେ ସଫଳ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe