ଦକ୍ଷିଣ ଭାରତର ଏହି ରାଜ୍ୟରେ ବିଜେପିକୁ ମିଳିପାରେ ଜୋରଦାର ସମର୍ଥନ, ସର୍ଭେରେ ଖୁଲାସା

Advertisment
ଦକ୍ଷିଣ ଭାରତର ଏହି ରାଜ୍ୟରେ ବିଜେପିକୁ ମିଳିପାରେ ଜୋରଦାର ସମର୍ଥନ, ସର୍ଭେରେ ଖୁଲାସା

ନୂଆଦିଲ୍ଲୀ: ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଏହାକୁ ନେଇ ଏବେ ବିଜେପିର ଶୀର୍ଷ ନେତୃତ୍ୱ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲେଣି | ତେବେ ବର୍ତ୍ତମାନ ସି ଭୋଟର ପକ୍ଷରୁ ଲୋକଙ୍କ ମୁଡ଼ କଣ ଅଛି ତାହା ଜାଣିବାକୁ ଏକ ସର୍ଭେ କରିଛି | ଆଉ ଏହି ସର୍ଭେ ବିଜେପି ପାଇଁ ଖୁସି ଖବର ଆଣିଛି। ବାସ୍ତବରେ ସର୍ଭେ ମୁତାବକ ଦକ୍ଷିଣ ଭାରତର ଗୋଟିଏ ରାଜ୍ୟରେ ବିଜେପିକୁ ଅଧିକ ଲାଭ ମିଳୁଥିବା ଜଣାପଡିଛି। ଏହି ରାଜ୍ୟ ହେଉଛି ତେଲେଙ୍ଗାନା |

ତେଲେଙ୍ଗାନାରେ ଭାରତୀୟ ଜନତା ପାର୍ଟି (ବିଜେପି) କୁ ଅଧିକ ଲାଭ ମିଳୁଥିବା ଜଣାପଡିଛି। ସି ଭୋଟରର ସର୍ଭେ ଅନୁଯାୟୀ ତେଲେଙ୍ଗାନାରେ ବିଜେପି ୩୦ ପ୍ରତିଶତ ଭୋଟ୍ ପାଇପାରେ |ଏହାପୂର୍ବରୁ ଅର୍ଥାତ୍ ୨୦୧୮ ବିଧାନସଭା ନିର୍ବାଚନରେ ​​ବିଜେପି ତେଲେଙ୍ଗାନାରେ ମାତ୍ର ୭.୧ ପ୍ରତିଶତ ଭୋଟ୍ ପାଇଥିଲା। ଅର୍ଥାତ ତେଲେଙ୍ଗାନାରେ ବିଜେପିର ଭୋଟ୍ ସେୟାର ପ୍ରାୟ ୨୩ ପ୍ରତିଶତ ବୃଦ୍ଧି ପାଇପରେ । ୨୦୧୮ ନିର୍ବାଚନରେ ​​ତେଲେଙ୍ଗାନାରେ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ) ୮୮ଟି ସିଟ୍ ଜିତିଥିବାବେଳେ କଂଗ୍ରେସ ୧୯ଟି ଆସନ ପାଇଥିଲା। ୧୧୯ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ମାତ୍ର ୧ଟି ଆସନ ଜିତିଥିଲା, କିନ୍ତୁ ଏଥର ବିଜେପିର ଭୋଟ୍ ସେୟାର ବଢ଼ୁଥିବାର ସର୍ଭେରେ ଜଣାପଡିଛି |

ଏଭଳି ପରିସ୍ଥିତିରେ କଂଗ୍ରେସ ଏବଂ ଟିଆରଏସ ପାଇଁ ନିଶ୍ଚିତ ଭାବେ ଅସୁବିଧା ଉପୁଜିବ। ସୂଚନାଯୋଗ୍ୟ ଯେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପି ଏକ ମେଗାପ୍ଲାନ ପ୍ରସ୍ତୁତ କରିଛି। ଭାରତୀୟ ଜନତା ପାର୍ଟି ଆସନ୍ତା ମାସରେ ତେଲେଙ୍ଗାନାରେ ଏକ ମେଗା ଅଭିଯାନ ଆରମ୍ଭ କରି ୧୧,୦୦୦ ରୁ ଅଧିକ ରାଲି କରିବାକୁ ଯୋଜନା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe