‘ଦିଲ୍ଲୀ ନିର୍ବାଚନରେ ବିଜେପିର ବିପର୍ଯ୍ୟୟ ପାଇଁ ଦଳୀୟ ନେତାଙ୍କ ଘୃଣ୍ୟ ବକ୍ତବ୍ୟ ହିଁ ଦାୟୀ’; କହିଲେ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ଅମିତ ଶାହଙ୍କ ମନ୍ତବ୍ୟକୁ ନୀତୀଶଙ୍କ ତାଚ୍ଛଲ୍ୟ, ଇତିହାସକୁ କେମିତି ବଦଳାଯାଇପାରିବ?

The Tribune

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ଶୋଚନୀୟ ଭାବେ ପରାଜିତ ହେବାର ଦୁଇଦିନ ପରେ ଶେଷରେ ନିଜର ନିରବତାକୁ ଭଙ୍ଗକରି ମୁହଁ ଖୋଲିଛନ୍ତି ଦଳର ତୁଙ୍ଗନେତା ତଥା ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ବର୍ତ୍ତମାନର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା। ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ଶାହା କହିଛନ୍ତି, ‘ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ମୁଁ କରିଥିବା ଆକଳନ ଭୁଲ ସାବ୍ୟସ୍ତ ହୋଇଗଲା’।

ତେବେ, ଦଳର ବିପର୍ଯ୍ୟୟ ପାଇଁ ଦଳର ବରିଷ୍ଠ ନେତାମାନେ ହିଁ ଦାୟୀ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ଶାହା। ସେ କହିଛନ୍ତି ଯେ ଉଚ୍ଚ ପଦ ପଦବିରେ ରହିଥିବା ଦଳୀୟ ନେତାମାନେ ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର କାଳରେ ଶାହୀନ ବାଗ୍‌କୁ ଏକ ନିର୍ବାଚନୀ ପ୍ରସଙ୍ଗ କରିବା ସହ ‘ଗୋଲି ମାରୋ’ ଏବଂ ‘ଭାରତ- ପାକ୍‌ ମ୍ୟାଚ୍ଚ’ ପରି ଯେପରି ଘୃଣ୍ୟ ବିବୃତି ଦେଲେ, ତାହା ଦଳ ପାଇଁ ବୁମେରାଂ ହେଲା। ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ପ୍ରଭାସ ବର୍ମା ଶାହୀନ ବାଗ୍‌କୁ ପ୍ରସଙ୍ଗ କରି ନିର୍ବଚନ ପ୍ରଚାର କାଳରେ ଯେପରି ଘୃଣା ଭାଷଣ ଦେଲେ ତାହା ଦଳ ପାଇଁ ମହଙ୍ଗା ପଡ଼ିଗଲା। ଯଦି ଶାହୀନ ବାଗ୍‌ ଠାରୁ ନିଜକୁ ଦୂରେଇ ରଖି ଦଳୀୟ ନେତାମାନେ ଏପରି ଘୃଣ୍ୟ ବିବୃତି ଦେଇ ନଥାନ୍ତେ, ତେବେ ଫଳ ହୁଏତ ଓଲଟା ହୋଇଥାନ୍ତା।

publive-image The Quint

‘ଆମେ କେବଳ ବିଜୟ ବା ପରାଜୟ ପାଇଁ ନିର୍ବାଚନ ଲଢ଼ୁ ନାହୁଁ। ବିଜେପି ହେଉଛି ନୀତି ଓ ଆଦର୍ଶ ଭିତ୍ତିରେ ଗଠିତ ଏବଂ ନୀତି ଓ ଆଦର୍ଶ ଉପରେ ବିଶ୍ୱାସ ରଖୁଥିବା ଏକ ଦଳ। ଏ ସତ୍ୟକୁ ଦଳର ସମସ୍ତ ନେତା ବୁଝିବାର ଆବଶ୍ୟକତା ରହିଛି’ ବୋଲି କହିଛନ୍ତି ଶ୍ରୀ ଶାହା। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଘୋଷିତ ହେବା ପୂର୍ବରୁ ଦଳ ୪୫ଟି ଆସନରେ ବିଜୟୀ ହେବ ବୋଲି ଭବିଷ୍ୟବାଣୀ କରିଥିଲେ ଶ୍ରୀ ଶାହା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe