National Herald
ନୂଆଦିଲ୍ଲୀ : ଦିଲ୍ଲୀର ଏନ୍ଡିଏମ୍ପି କନ୍ଭେନ୍ସନ ହଲ୍ରେ ଭାରତୀୟ ଜନତା ପାର୍ଟି (ବିଜେପି)ର ରାଷ୍ଟ୍ରୀୟ ପଦାଧିକାରୀଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ , ବିଜେପି ସାଂଗଠନିକ ମୁଖ୍ୟ ମାନସ ମହାନ୍ତି ଓ ସହ ପ୍ରଭାରୀ ବିଜୟ ସିଂହ ତୋମାର ଯୋଗଦେଇଛନ୍ତି।
ରାଜ୍ୟ ସଭାପତି ଶ୍ରୀ ମହାନ୍ତି ‘ସମ୍ବାଦ’କୁ କହିଛନ୍ତି, ରାଜ୍ୟରେ ଆତ୍ମନିର୍ଭର ଭାରତ ଅଭିଯାନକୁ ବ୍ୟାପକ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯିବାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଏଥିସହିତ, ସଗଠନକୁ ମଜବୁତ୍ କରିବା ପ୍ରସଙ୍ଗ ସମ୍ପର୍କରେ ମାନସମନ୍ଥନ ହୋଇଥିବା ସେ କହିଛନ୍ତି। ସେହିଭଳି, ବିଜେପିର ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ସୂଚନା ଅନୁସାରେ ତୃଣମୂଳ ସ୍ତରରୁ ଲୋକମାନଙ୍କ ନିକଟରେ ପହଞ୍ଚିବା ପାଇଁ କେଉଁ ସବୁ ପ୍ରସଙ୍ଗକୁ ଚୟନ କରାଯିବ, ସେ ନେଇ ବୈଠକରେ ପଦାଧିକାରୀମାନେ ବିଚାରବିମର୍ଶ କରିଥିଲେ। କେନ୍ଦ୍ରୀୟ ବଜେଟ୍ରେ କ’ଣ ସବୁ ବ୍ୟବସ୍ଥା କରାଯାଇଛି, ସେନେଇ ପ୍ଲାନ୍ ଅଫ୍ ଆକ୍ସନ ପ୍ରସ୍ତୁତ କରି ରାଜ୍ୟମାନଙ୍କରେ ଏହାର ପ୍ରଚାର ପାଇଁ ନିର୍ଦ୍ଦେଶ ଦିଆଯାଇଥିବାର ପୁରନ୍ଦେଶ୍ୱରୀ କହିଥିଲେ।
Follow Us