ପତାକା ଉତ୍ତୋଳନକୁ ନେଇ ସଂଘର୍ଷ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

Advertisment
ପତାକା ଉତ୍ତୋଳନକୁ ନେଇ ସଂଘର୍ଷ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

image source--sisat

କୋଲକାତା: ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନକୁ କେନ୍ଦ୍ର କରି ହୁଗୁଳି ଜିଲ୍ଲା ଖାନକୁଲ ଥାନା ନତିବପୁର ଅଞ୍ଚଳର ହରିଜନ ସାହିରେ ଗତକାଲି ରାଜନୈତିକ ସଂଘର୍ଷ ହୋଇଥିଲା। ବିଜେପି କାର୍ଯ୍ୟକର୍ତ୍ତା ସୁଦର୍ଶନ ପ୍ରାମାଣିକଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲାଠି ଚାର୍ଜ କରିଥିଲା। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ପରିସ୍ଥିତି ଉଦ୍‌ବେଗଜନକ ରହିଛି। ହତ୍ୟା ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି। ତୃଣମୂଳ ସମର୍ଥକ ଗୁଣ୍ଡାମାନେ ବିଜେପି ସମର୍ଥକ ସୁଦର୍ଶନକୁ ହତ୍ୟା କରିଛନ୍ତି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି। ଏହି ହତ୍ୟାକାଣ୍ଡ ବିରୋଧରେ ଆଜି ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକ୍ତରା ଦିଆଯାଇଥିଲା। ସକାଳୁ ଖାନକୁଲ ଅଞ୍ଚଳର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାସ୍ତାଘାଟ ଶୂନ୍‌ଶାନ ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe