‘ଜ୍ଞାନ’ ଆଧାରିତ ହେବ ବିଜେପିର ନିର୍ବାଚନୀ ଘୋଷଣାପତ୍ର, ଏହା କ’ଣ ଜାଣନ୍ତୁ

ବୁଥ୍‌ ବାହୁଡ଼ା ମତ: ଆନ୍ଧ୍ରରେ ଏନ୍‌ଡିଏକୁ ସ୍ପଷ୍ଟ ମତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଆରମ୍ଭ ହେବାକୁ ଆଉ ତିନି ସପ୍ତାହରୁ କମ୍ ସମୟ ବାକି ରହିଛି। ଏଭଳି ସ୍ଥିତିରେ ସବୁ ଦଳ ଖୁବଶୀଘ୍ର ନିଜର ଇସ୍ତାହାର ଘୋଷଣା କରିପାରନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ଇସ୍ତାହାର ଜ୍ଞାନ (GYAN) ଉପରେ ଆଧାରିତ ହେବ। ଇଂରାଜୀ ଜ୍ଞାନର ୪ଟି ଅକ୍ଷରର  ଅର୍ଥ ଗରିବଙ୍କ ପାଇଁ ଜି, ଯୁବକମାନଙ୍କ ପାଇଁ ୱାଇ, ଅନ୍ନଦାତାଙ୍କ ପାଇଁ ଏ ଏବଂ ନାରୀଶକ୍ତି ପାଇଁ ଏନ । ବିଜେପି ଆଗାମୀ ୫ ବର୍ଷ ମଧ୍ୟରେ କ୍ଷମତାକୁ ଆସିଲେ ଲୋକଙ୍କ ଯୁବ, କୃଷକ ଓ ମହିଳା ସଶକ୍ତୀକରଣ ଦିଗରେ କାମ କରିବାକୁ ଚାହୁଁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବିଜେପି ନିର୍ବାଚନୀ ଇସ୍ତାହାର କମିଟି ଗଠନ କରିଥିଲା। ଯେଉଁଥିରେ ଏହା ବିକଶିତ ଭାରତର କାର୍ୟ୍ୟସୂଚୀ ଓ ରୂପରେଖ ପ୍ରସ୍ତୁତ କରିବ ବୋଲି କୁହାଯାଇଥିଲା।

ବିଜେପିର ଇସ୍ତାହାର କମିଟିରେ ୮ ଜଣ କେନ୍ଦ୍ରମନ୍ତ୍ରୀ ଓ ବିଜେପିର ୪ ଜଣ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ପୂର୍ବତନ ମୁଖ୍ୟମନ୍ତ୍ରୀ ରହିଛନ୍ତି। ଏଥିରେ ଓଡ଼ିଶାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଅଶ୍ବିନୀ ବୈଷ୍ଣବ ଓ ଜୁଏଲ ଓରାମ ଅଛନ୍ତି । ଏପ୍ରିଲ ପହିଲାରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା। କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଗଣମାଧ୍ୟମକୁ କହିଛନ୍ତି ଯେ ମିସ୍ଡ କଲ୍ ସେବା ଜରିଆରେ ବିଜେପିକୁ ୩.୭୫ ଲକ୍ଷରୁ ଅଧିକ ପରାମର୍ଶ ମିଳିଛି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆପ୍ (ନମୋ)ରେ ପ୍ରାୟ ୧.୭୦ ଲକ୍ଷ ପରାମର୍ଶ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe