ଅଧିକାରୀଙ୍କୁ ବ୍ୟାଟ୍‌ରେ ପିଟି ବିଜେପି ବିଧାୟକ ଗିରଫ

Advertisment
ଜେଲରୁ ବାହାରିଲେ ଇନ୍ଦୋର ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟ, ଏଥିପାଇଁ ସେ ଲଜ୍ଜିତ ନୁହନ୍ତି ବୋଲି କହିଲେ

ଇନ୍ଦୋର : ଇନ୍ଦୋର-୩ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ତଥା ବିଜେପି ସାଧାରଣ ସଂପାଦକ କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗିୟ ଜଣେ ମହାନଗର ନିଗମ ଅଧିକାରୀଙ୍କୁ ବ୍ୟା‌ଟ୍‌ରେ ପିଟି ଗିରଫ ହୋଇଛନ୍ତି। ଆକାଶ ବିଜୟବର୍ଗିୟଙ୍କ ଜଣେ ସହଯୋଗୀଙ୍କ ଘରକୁ ‘ବିପଦପୂର୍ଣ୍ଣ’ ଘୋଷଣା କରାଯାଇଥିବା ବେଳେ ଇନ୍ଦୋର ମହାନଗର ନିଗମର ଅଧିକାରୀମାନେଏହାକୁ ଭାଙ୍ଗିବା ପାଇଁ ଯାଇଥିଲେ। କିନ୍ତୁ ଆକାଶ ମହାନଗର ନିଗମ ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲେ ଏବଂ ଜଣେ ଅଧିକାରୀଙ୍କୁ ବ୍ୟାଟ୍‌ରେ ପିଟିଥିଲେ। ଆକାଶଙ୍କ ବନ୍ଧୁମାନେ ମଧ୍ୟ ଅଧିକାରୀଙ୍କୁ ମାଡ଼ପିଟ କରିଥିଲେ। ଇନ୍ଦୋର ମହାନଗର ନିଗମ ଅଧିକାରୀଙ୍କ ଗାଡ଼ିକୁ ମଧ୍ୟ ଆକାଶଙ୍କ ସମର୍ଥକମାନେ ଭଙ୍ଗାରୁଜା କରିଥି‌ଲେ। ପରେ ପୁଲିସ ଉକ୍ତ ଘଟଣାରେ ହସ୍ତ‌କ୍ଷେପ କରିବାପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।
ଉକ୍ତ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଏବେ ଆକାଶଙ୍କୁ ଏମ୍‌ଜି ରୋଡ୍‌ ପୁଲିସ ଗିରଫ କରିଛି। ତାଙ୍କୁ ଆଜି ଏକ ସ୍ଥାନୀୟ କୋର୍ଟରେ ହାଜର କରାଯାଇଛି। ବିଧାୟକ ଆକାଶ ବିଜୟବର୍ଗିୟ ଏବଂ ଅନ୍ୟ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe