ସରକାରୀ କର୍ମଚାରୀଙ୍କୁ ପିଟିବା ମହଙ୍ଗା ପଡ଼ିଲା; ବିଜେପି ବିଧାୟକଙ୍କୁ ଗିରଫ କଲା ପୁଲିସ

Advertisment
ମୋଦୀଙ୍କ ଟିପ୍ପଣୀ ପରେ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ବିଜେପି

Zee News

ଇନ୍ଦୋର : ଦାଦାଗିରି ଦେଖାଇବା ବିଧାୟକଙ୍କୁ ପଡିଲା ମହଙ୍ଗା । ଇନ୍ଦୋର ନଗରପାଳିକାର ଜଣେ କର୍ମଚାରୀଙ୍କୁ ବ୍ୟାଟରେ ପିଟିଥିବା ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ଗିରଫ କରିଛି ପୁଲିସ । ଆକାଶଙ୍କ ବିରୋଧରେ ସରକାରୀ କର୍ମଚାରୀଙ୍କୁ ମାଡ ମାରିବା ଓ ସରକାରୀ କାମରେ ବାଧା ଦେଇଥିବା ଏଫଆଇଆରରେ ଦର୍ଶାଇଛି ପୋଲିସ । କେବଳ ଆକାଶ ନୁହେଁ ବରଂ ତାଙ୍କ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ପୁଲିସ । ଆକାଶଙ୍କ ବିରୋଧରେ ଧାରା ୩୫୩, ୨୯୪, ୫୦୬, ୧୪୭ ଓ ୧୪୮ ଅନୁଯାୟୀ  ମାମଲା ରୁଜୁ କରାଯାଇଛି।

publive-image The Financial Express

ଇନ୍ଦୋରରେ ନିଗମର ଏକ ଟିମ ଏକ ଜରାଜୀର୍ଣ୍ଣ କୋଠା ଭାଙ୍ଗିବାକୁ ଆସିଥିବା ବେଳେ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା । ଏହାକୁ ବିରୋଧ କରି ବିଧାୟକ ଆକାଶ ନିଗମ ଅଧିକାରୀଙ୍କୁ ଠେଲାପେଲା କରିବା ସହ ଗଣ୍ଡଗୋଳ ଓ ମାରପିଟ କରିଥିଲେ । ହାତରେ କ୍ରିକେଟ ବ୍ୟାଟ ଧରି ଅଧିକାରୀଙ୍କ ଉପରକୁ ଆକ୍ରମଣ କରିବାକୁ ପଛାଇ ନଥିଲେ ବିଧାୟକ । ଏହି ସମୟରେ ତାଙ୍କ ସମର୍ଥକ ଅଧିକାରୀମାନଙ୍କ ଉପରକୁ ଭିଡି ଯାଇଥିଲେ । ଏପରିକି ନଗର ନିଗମର ଜେସିବି ମେସିନକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ଆକାଶଙ୍କ ସମର୍ଥକ । ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ବିଧାୟକଙ୍କ ଏଭଳି ଗୁଣ୍ଡାଗିରି ସାମ୍ନାକୁ ଆସିଥିଲା। ପରେ ଏହି ଘଟଣାର ଭିଡିଓ ଭାଇରାଲ୍ ହୋଇଥିଲା।

ଆକାଶ ବିଜୟବର୍ଗୀୟ ହେଉଛନ୍ତି  ବିଜେପିର ମହାସଚିବ କୈଳାଶ ବିଜୟବର୍ଗୀୟଙ୍କ ପୁଅ । ତେବେ ଏହି ଘଟଣାରେ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ଆକାଶଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆକାଶଙ୍କ ଏଭଳି ଦାଦାଗିରି ବିଜେପିର ଅସଲ ଚେହେରାକୁ ପଦାରେ ପକାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe