ବୁଦ୍ଧିଜୀବୀଙ୍କୁ ଗୁଳି କରିବାକୁ ଧମକ

Advertisment

କର୍ଣ୍ଣାଟକ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ

କର୍ଣ୍ଣାଟକ ବିଜେପି ବିଧାୟକଙ୍କ ବିବାଦୀୟ ବୟାନ

ବୁଦ୍ଧିଜୀବୀଙ୍କୁ ଗୁଳି କରିବାକୁ ଧମକ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପି ବିଧାୟକ ବାସନ୍‌ଗୌଡ଼ା ପାଟିଲ୍‌ ଆଜି ଏକ ବିବାଦୀୟ ବୟାନ ଦେଇ କହିଛନ୍ତି ଯେ ତଥାକଥିତ ବୁଦ୍ଧିଜୀବୀମାନଙ୍କ ପାଇଁ ଭାରତ ବିପଦର ସାମ୍ନା କରୁଛି ଏବଂ ଯଦି ସେ ଗୃହମନ୍ତ୍ରୀ ହୋଇଥାନ୍ତେ, ବୁଦ୍ଧିଜୀବୀମାନଙ୍କୁ ଗୁଳି ମାରି ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥାନ୍ତେ। ବିଜୟପୁର୍‌ର ବିଜେପି ବିଧାୟକ ବାସନ୍‌ଗୌଡ଼ା କହିଛନ୍ତି ବୁଦ୍ଧିଜୀବୀମାନେ ଦେଶର ପାଣି, ପବନ, ସୁବିଧାସୁଯୋଗରେ ବଞ୍ଚୁଛନ୍ତି, କିନ୍ତୁ ସେମାନେ ସର୍ବଦା ଦେଶ ବିରୋଧୀ ବୟାନ ଦେଉଛନ୍ତି ଏବଂ ସେନାକୁ ସମାଲୋଚନା କରି ଚାଲିଛନ୍ତି। ସେ କହିଥିଲେ ଯେ ଦେଶର ସୁବିଧାସୁଯୋଗ ହାସଲ କରି ଏହାକୁ ବିପଦଗ୍ରସ୍ତ କରିବା ଅଧିକାର କାହାର ନାହିଁ। ଏଭଳି ଏକ ବୟାନ ପାଇଁ ବିଜେପି ବିଧାୟକ କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ପୂର୍ବରୁ ମଧ୍ୟ ବାସନ୍‌ଗୌଡ଼ା ଏମିତି ଅନେକ ଥର ବିବାଦୀୟ ବୟାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe