Advertisment

ଓଲଟା ତ୍ରିରଙ୍ଗା ଉତ୍ତୋଳନ କଲେ ବିଜେପି ବିଧାୟକ!: ଭିଡିଓ ଭାଇରାଲ ହେବା ପରେ ଦେଲେ ସ୍ପଷ୍ଟୀକରଣ

Advertisment

କଟନି ଜିଲ୍ଲାର ବିଜୟରାଘବଗଡ଼ ଦୁର୍ଗରେ ସ୍ୱାଧୀନତା ଦିବସରେ ତ୍ରିରଙ୍ଗାକୁ ଓଲଟା ଉତ୍ତୋଳନ କରିବା ମାମଲାରେ ବିଧାୟକ ସଞ୍ଜୟ ପାଠକ ଡିଏମଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଏହି ଘଟଣାକୁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛନ୍ତି..

କଟନି ଜିଲ୍ଲାର ବିଜୟରାଘବଗଡ଼ ଦୁର୍ଗରେ ସ୍ୱାଧୀନତା ଦିବସରେ ତ୍ରିରଙ୍ଗାକୁ ଓଲଟା ଉତ୍ତୋଳନ କରିବା ମାମଲାରେ ବିଧାୟକ ସଞ୍ଜୟ ପାଠକ ଡିଏମଙ୍କୁ ଏକ ଚିଠି ଲେଖିଛନ୍ତି। ସେ ଏହି ଘଟଣାକୁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛନ୍ତି..

BJP MLA hoists inverted tricolor!: Clarification given after video goes viral

BJP MLA hoists inverted tricolor!: Clarification given after video goes viral Photograph: (sambad.in)

ଭୋପାଳ: ମଧ୍ୟପ୍ରଦେଶର କଟନି ଜିଲ୍ଲାର ବିଜୟରାଘବଗଡ଼ ଦୁର୍ଗରେ ସ୍ୱାଧୀନତା ଦିବସରେ ତ୍ରିରଙ୍ଗାକୁ ଓଲଟା ଉତ୍ତୋଳନ କରିବାର ଏକ ଘଟଣା ସାମ୍ନାକୁ ଆସିଛି। ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଅବସରରେ ବିଜୟରାଘବଗଡ଼ ଦୁର୍ଗରେ ବିଧାୟକ ସଞ୍ଜୟ ପାଠକଙ୍କ ଦ୍ୱାରା ପତାକାକୁ ଓଲଟା ଉତ୍ତୋଳନ କରାଯାଇଥିଲା ଏବଂ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ତଥାପି, ବିଧାୟକଙ୍କ କହିଛନ୍ତି, ଏହା ଜଣାପଡ଼ିବା ପରେ, ତୁରନ୍ତ ତ୍ରିରଙ୍ଗାକୁ ତଳକୁ କଢ଼ାଯାଇ ପୁଣି ଉତ୍ତୋଳନ କରାଯାଇଥିଲା। ଏବେ ବିଧାୟକ ସଞ୍ଜୟ ପାଠକ ଏହି ମାମଲାରେ କଲେକ୍ଟରଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠି ମାଧ୍ୟମରେ ସେ ଅବହେଳା କରିଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ସଞ୍ଜୟ ପାଠକ ଡିଏମଙ୍କୁ ଏକ ଚିଠି ଲେଖିଛନ୍ତି ଏବଂ ଏହାକୁ ଏକ ବଡ଼ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ତଦନ୍ତ କରି ଏଥିପାଇଁ ଦାୟୀ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି। ତେବେ ବିଧାୟକ ସଞ୍ଜୟ ପାଠକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ସେ ଓଲଟା ତ୍ରିରଙ୍ଗା ଉତ୍ତୋଳନ କରୁଥିବାର ଦେଖାଯାଉଛି।

ଅଧିକ ପଢ଼ନ୍ତୁ:କଂଗ୍ରେସ ନେତାଙ୍କୁ ହତ୍ୟା ଧମକ: ୫୦ ଲକ୍ଷ ନଦେଲେ ଭୋଗିବ ପରିଣାମ

ସେ ଚିଠିରେ ଲେଖିଛନ୍ତି, 'ପତାକା ଉତ୍ତୋଳନ ପୂର୍ବରୁ ପତାକାଟି ଗୋଲ ଆକାରରେ ବାନ୍ଧାଯାଇଥିବାରୁ, ମୁଁ ପତାକା ଉତ୍ତୋଳନ କରିବା ମାତ୍ରେ ପତାକାଟି ଓଲଟା ଥିବା ଦେଖିଥିଲି ମୁଁ ତୁରନ୍ତ ପତାକାକୁ ସଂଶୋଧନ କରି ପୁଣି ଥରେ ଉତ୍ତୋଳନ କରିଥିଲି। କିନ୍ତୁ ଏହି ଘଟଣା ଜାତୀୟ ପତାକା ସଂହିତାର ଉଲ୍ଲଂଘନ, ଯାହା ଜନସାଧାରଣଙ୍କ ଭାବନାକୁ ଆଘାତ ଦେଇଛି।

ଏପରି ପରିସ୍ଥିତିରେ, ତଦନ୍ତ କରିବା ପରେ, ଦାୟୀ ଅଧିକାରୀ ଏବଂ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଯାହା ଦ୍ୱାରା ଭବିଷ୍ୟତରେ ଏପରି ଅବହେଳା ଯେପରି ନହେବ ସୂଚନନାଯୋଗ୍ୟ, ସଞ୍ଜୟ ପାଠକ ବିଜୟରାଘବଗଡ଼ର ବିଜେପି ବିଧାୟକ। ସେ ପୂର୍ବରୁ ମନ୍ତ୍ରୀ ମଧ୍ୟ ରହିସାରିଛନ୍ତି।

ଅଧିକ ପଢ଼ନ୍ତୁ:ରାସ୍ତା ଦୁରବସ୍ଥା: ମୃତ୍ୟୁଠୁ ବଳିଗଲା ଶବସଂସ୍କାର ଯନ୍ତ୍ରଣା

bjp-mla-sanjay-pathak | hoisted-tricolour-upside | video viral | madhya pradesh

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe