ନୂଆଦିଲ୍ଲୀ : ଉତ୍ତରାଖଣ୍ଡ ବିଜେପି ବିଧାୟକ ପ୍ରଣବ ସିଂହ ଚାମ୍ପିଅନ୍ଙ୍କୁ ବିଜେପି ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି। ପ୍ରଣବ ସିଂହ ଚାମ୍ପିଅନ୍ ଏକ ପାର୍ଟିରେ ହାତରେ ବନ୍ଧୁକ ଧରି ନାଚୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବାପରେ ଦଳ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ବିଜେପି ବିଧାୟକଙ୍କ ଏଭଳି ଭିଡିଓ ପାଇଁ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲେ ମଧ୍ୟ ସେ କହିଥିଲେ କେବଳ ମଦ ପିଇବା ସମୟରେ ଏମିତି ହୋଇଥାଏ ଏବଂ ନାଚିବା ସେମିତି କିଛି ବଡ଼ ଅପରାଧ ନୁହେଁ। ବିଜେପି ଗଣମାଧ୍ୟମ ମୁଖ୍ୟ ଏବଂ ରାଜ୍ୟସଭା ସଦସ୍ୟ ଅନିଲ ବାଲୁନି ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ବିଧାୟକଙ୍କ ଲଗାତାର ଏଭଳି ଆଚରଣ ପାଇଁ ତାଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରାଯାଉଛି। ବିଧାୟକଙ୍କ ଭିଡିଓ ଭାଇରାଲ୍ ହେବାପରେ ତାଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ମଧ୍ୟ ଜାରି ହୋଇଥିଲା। ପୂର୍ବରୁ ମଧ୍ୟ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।
ବହିଷ୍କୃତ ହେଲେ ବନ୍ଧୁକଧାରୀ ବିଜେପି ବିଧାୟକ
Advertisment
Follow Us