ସହିଦଙ୍କ ପ୍ରତି ବିବାଦୀୟ ବୟାନ: କ୍ଷମା ମାଗିଲେ ବିଜେପି ସାଂସଦ

Advertisment

ନୂଆଦିଲ୍ଲୀ : ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ବିବାଦୀୟ ବୟାନ ଦେଇଥିବା ଉତ୍ତରପ୍ରଦେଶ ରାମପୁର ଲୋକସଭାମଣ୍ଡଳୀ ସାଂସଦ ନେପାଳ ସିଂ ଶେଷରେ ସେଥିପାଇଁ କ୍ଷମା ମାଗିଛନ୍ତି। ସୂଚନାଯୋଗ୍ୟ, ଜମ୍ମୁକଶ୍ମୀରର ପୁଲଓ୍ଵାମାରେ ସଂଘଟିତ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ତେବେ ଆତଙ୍କବାଦୀଙ୍କ ଦ୍ୱାରା ଏପରି ବହୁ ସଂଖ୍ୟାରେ ଯବାନଙ୍କ ମୃତ୍ୟୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଘେରିଥିଲେ। ସରକାରଙ୍କ ପାକିସ୍ତାନ ନୀତିରେ ତ୍ରୁଟି ରହିଥିବା ସେମାନେ ଅଭିଯୋଗ ଆଣିଥିଲେ।

ତେବେ ଏ ପ୍ରସଙ୍ଗରେ ନେପାଳ କହିଥିଲେ ଯେ, ମରିବାଟା ବି ଯବାନଙ୍କ କର୍ତ୍ତବ୍ୟର ଅଂଶବିଶେଷ। ଦୁନିଆର ଏପରି କୌଣସି ଦେଶ ନାହିଁ ଯେଉଁଠି ଝଗଡା ହେଲେ ଯବାନମାନଙ୍କର ମୃତ୍ୟୁ ହେଉନଥିବ। ଗାଁରେ ବି ଦୁଇ ଗୋଷ୍ଠୀ ଝଗଡ଼ା କଲେ କେହି ନା କେହି ଆହତ ହୁଅନ୍ତ, ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ। ତେବେ ଯବାନମାନେ ବଞ୍ଚିରହିବା ପାଇଁ ଏମିତି କିଛି ଉପକରଣ ଅଛି କି ବୋଲି ନେପାଳ ପ୍ରଶ୍ନ କରିଥିଲେ। ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କୁ ସମ୍ମାନ ଦେବା ବଦଳରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ସେ କଟୁ ସମାଲୋଚନାର ଶିକାର ହୋଇଥିଲେ। ପରେ ବିବାଦ ଘନେଇବାରୁ ନେପାଳ ସଫେଇ ଦେଇ ତାଙ୍କ ବକ୍ତବ୍ୟକୁ କଦର୍ଥ କରାଯାଇଛି ବୋଲି କହିବା ସହ କ୍ଷମା ମାଗିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe