ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଥିବା ସୁପ୍ରିମକୋର୍ଟର ୫ ବିଚାରପତିଙ୍କୁ ଭାରତ ରତ୍ନ ଦିଆଯିବାକୁ ଦାବି କଲେ ବିଜେପି ବିଧାୟକ

ଅସଦୁଦ୍ଦିନ ଓୱେସୀଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମକଦ୍ଦମା ରୁଜ୍ଜୁ ଦାବି

ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଥିବା ସୁପ୍ରିମକୋର୍ଟର ୫ ବିଚାରପତିଙ୍କୁ ଭାରତ ରତ୍ନ ଦିଆଯିବାକୁ ଦାବି କଲେ ବିଜେପି ବିଧାୟକ

ଲକ୍ଷ୍ନୌ: ସବୁବେଳେ ନିଜର ବୟାନ ଲାଗି ଚର୍ଚ୍ଚାରେ ରହୁଥିବା ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଥିବା ସୁପ୍ରିମକୋର୍ଟର ୫ ବିଚାରପତିଙ୍କ ସଂପର୍କରେ ଏକ ଦାବି ଜଣାଇ ପୁଣି ଚର୍ଚ୍ଚାରେ ରହିଛନ୍ତି। ଉତ୍ତର ପ୍ରଦେଶର ବାଲିଆ ଜିଲ୍ଳାର ବୈରିୟା ବିଧାୟକ ସୁରେନ୍ଦ୍ର ସିଂହ ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଥିବା ସୁପ୍ରିମକୋର୍ଟଙ୍କ ୫ ବିଚାରପତିଙ୍କୁ ଭାରତ ରତ୍ନ ଦିଆଯିବାକୁ ଦାବି କରିଛନ୍ତି ।

publive-image image source--zee news

ସେ କହିଛନ୍ତି ଯେ, ଉଚ୍ଚତମ ନ୍ୟାୟାଳୟର ୫ ଜଣ ନ୍ୟାୟାଧୀଶ ରାମମନ୍ଦିର ପ୍ରସଙ୍ଗରେ ଐତିହାସିକ ରାୟ ଶୁଣାଇଛନ୍ତି । ଏହାକୁନେଇ ଦେଶର ୧୩୦ କୋଟି ଲୋକ ସନ୍ତୁଷ୍ଟ ବୋଲି ଅଛନ୍ତି । ଦେଶର ଗଣତନ୍ତ୍ର ଇତିହାସରେ ଏହା ପ୍ରଥମ ରାୟ, ଯାହାକି ସବୁ ବର୍ଗର ଲୋକଙ୍କ ଦ୍ବାରା ଗ୍ରହଣୀୟ ହୋଇଛି। ଏଥିଲାଗି ଏହି ବିଚାରପତିମାନେ ଅବଶ୍ୟ ପ୍ରଶଂସନୀୟ ବୋଲି ବିଜେପି ବିଧାୟକ ସୁରେନ୍ଦ୍ର ସିଂହ କହିଛନ୍ତି ।

publive-image
ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଫଇସଲା ଦେଇଥିବା ବିଚାରପତିମାନେ ବାସ୍ତବରେ ଦେଶର ରତ୍ନ । ଏଣୁ ଏମାନଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ସହିତ ସମ୍ମାନିତ କରାଯିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି।

publive-image image source-oneindia

ଅପରପକ୍ଷରେ ସୁରେନ୍ଦ୍ର ସିଂହ ଏଆଇଏମଆଇଏମ ନେତା ଅସଦୁଦ୍ଦିନ ଓୱେସୀଙ୍କୁ ଦେଶରେ ବାବାରଙ୍କ ଏକମାତ୍ର ବଂଶଜ ବୋଲି କହି, ଅଯୋଧ୍ୟା ମାମଲାରେ ନ୍ୟାୟାଳୟର ଫଇସଲାକୁ ଅସମ୍ମାନିତ କରୁଥିବାରୁ କାରଣରୁ ତାଙ୍କ ବିରୋଧରେ ରାଷ୍ଟ୍ରଦ୍ରୋହ ମକଦ୍ଦମା ରୁଜ୍ଜୁ ହେବା ଦରକାର ବୋଲି ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe