ତ୍ରିରଙ୍ଗା ବାହାର କରି ଗୈରିକ ପତାକା ଉଡ଼ାଇଲେ ବିଜେପି ବିଧାୟକ: ଭିଡ଼ିଓ ଭାଇରାଲ

Advertisment

ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ ବିଜେପି ବିଧାୟକ ଅମର ସିଂ ଯାଦବ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ତଳକୁ ଓହ୍ଲାଇ ସେଠାରେ ଗୈରିକ ପତାକା ଉତ୍ତୋଳନ କରିଛନ୍ତି। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି...

ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରେ ବିଜେପି ବିଧାୟକ ଅମର ସିଂ ଯାଦବ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗାକୁ ତଳକୁ ଓହ୍ଲାଇ ସେଠାରେ ଗୈରିକ ପତାକା ଉତ୍ତୋଳନ କରିଛନ୍ତି। ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି...

WhatsApp Image 2024-12-03 at 4.58.45 PM

ଭୋପାଳ: ମଧ୍ୟପ୍ରଦେଶର ରାଜଗଡ ଜିଲ୍ଲାରୁ ଏକ ବଡ଼ ମାମଲା ସାମ୍ନାକୁ ଆସିଛି। ସେଠାରେ ଭାରତକୁ ହିନ୍ଦୁ ରାଷ୍ଟ୍ର ବୋଲି ଘୋଷଣା କରି ବିଜେପି ବିଧାୟକ ଭାରତୀୟ ଜାତୀୟ ପତାକାକୁ ଓହ୍ଲାଇ ସେହି ସ୍ଥାନରେ ଗୈରିକ ପତାକା ଉତ୍ତୋଳନ କରିଥିଲେ।

ଅଧିକ ପଢ଼ନ୍ତୁ: ବିଶ୍ବପ୍ରସିଦ୍ଧ ତାଜମହଲକୁ ବୋମା ଦ୍ବାରା ଉଡ଼ାଇଦେବାକୁ ଧମକ

ଭିଡିଓରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବିଜେପି ବିଧାୟକ ଅମର ସିଂ ଯାଦବ କହିଛନ୍ତି ଯେ ଆଜି ରାଜଗଡରୁ ହିନ୍ଦୁ ରାଷ୍ଟ୍ର ନିର୍ମାଣ ଆରମ୍ଭ ହେଉଛି। ଆଜି ଆମେ ରାଜଗଡରୁ ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବରେ ଘୋଷଣା କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛୁ। ଏହି ଗୈରିକ ପତାକା ଉତ୍ତୋଳନ କରି ଆମେ ଏହା ଆରମ୍ଭ କରୁଛୁ।  ଆଜି ସମଗ୍ର ହିନ୍ଦୁ ସମାଜ ଏକତ୍ରିତ ହୋଇଛି। ଏହି ସମୟରେ ବିଧାୟକ ଅମର କହିଛନ୍ତି ଯେ ସେ ଏଠାରୁ ଏକ ପଦଯାତ୍ରା ଆରମ୍ଭ କରିବେ, ଯାହାଫଳରେ ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବେ ଘୋଷଣା କରାଯାଇ ପାରିବ।

ଅଧିକ ପଢ଼ନ୍ତୁ: ୨୦ରୁ ଅଧିକ ବର୍ଷ ଧରି ଭଉଣୀଙ୍କ ସହ ଯୋଗାଯୋଗରେ ନାହାନ୍ତି ନର୍ଗୀସ ଫକ୍ରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe