ବିଜେପି ବିଧାୟକଙ୍କ ପତ୍ନୀଙ୍କ ଅଭିଯୋଗ: ସ୍ୱାମୀ କଲେଜ ଛାତ୍ରୀ ସହ ପରକୀୟ ପ୍ରେମରେ ମାତିଛନ୍ତି

Advertisment
ବିଜେପି ବିଧାୟକଙ୍କ ପତ୍ନୀଙ୍କ ଅଭିଯୋଗ: ସ୍ୱାମୀ କଲେଜ ଛାତ୍ରୀ ସହ ପରକୀୟ ପ୍ରେମରେ ମାତିଛନ୍ତି

ଜମ୍ମୁ: ସ୍ୱାମୀ ଜଣେ କଲେଜ ଛାତ୍ରୀଙ୍କ ସହ ପରକୀୟ ପ୍ରୀତି କରି ତାକୁ ବାହା ହୋଇଛନ୍ତି ବୋଲି ଜଣେ ବିଜେପି ବିଧାୟକଙ୍କ ପତ୍ନୀ ସର୍ବସାଧାରଣରେ ଅଭିଯୋଗ କରିବା ପରେ ଦଳର ଶୃଙ୍ଖଳାଗତ କମିଟିରେ ହାଜର ହୋଇଥିବା ସମ୍ପୃକ୍ତ ବିଧାୟକଙ୍କ ମାମଲା ଭିନ୍ନ ମୋଡ଼ ନେଇଛି।

ଜମ୍ମୁ ଜିଲ୍ଲା ଅନ୍ତର୍ଗତ ଆର୍‌ଏସ୍‌ ପୁର ନିର୍ବାଚନ ମଣ୍ଡଳୀର ବିଜେବି ବିଧାୟକ ଗଗନ ଭଗତଙ୍କ ବିରୋଧରେ ପତ୍ନୀ ମୋନିକା ଶର୍ମା ଅଭିଯୋଗ କରିଛନ୍ତି ଯେ ଜଣେ କଲେଜ ଛାତ୍ରୀଙ୍କୁ ବିଭା ହୋଇ ସେ ତାଙ୍କ ସହ ବସବାସ କରୁଛନ୍ତି।

ଛାତ୍ରୀଙ୍କର ବାପା ଜଣେ ପୂର୍ବତନ ସେନା ଅଧିକାରୀ ମଧ୍ୟ ଅଭିଯୋଗ କରିଛନ୍ତି ଯେ ପଞ୍ଜାବର ଏକ କଲେଜରୁ ଭଗତ ତାଙ୍କ ଝିଅକୁ ଅପହରଣ କରି ଆଣିଛନ୍ତି।

ସେମାନଙ୍କୁ ବଦନାମ କରିବାକୁ ଉଦ୍ୟମ କରାଯାଉଛି କହି ଛାତ୍ରୀ ଓ ବିଧାୟକ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ପ୍ରତି ମାସରେ ଲକ୍ଷେ ଟଙ୍କା ଲେଖାଏଁ ଦେଉଛନ୍ତି ବୋଲି ଭଗତ କରିଥିବା ଦାବିକୁ ଶର୍ମା ଅସ୍ୱୀକାର କରି କହିଛନ୍ତି ଯେ ଏପ୍ରିଲ୍‌ ମାସରେ ଭରଣ ପୋଷଣ ଫର୍ମ ପୂରଣ କରିବା ସତ୍ତ୍ୱେ ତାଙ୍କୁ ପାହୁଲାଟିଏ ମଳି ନାହିଁ।

ବିଜେପିର କେନ୍ଦ୍ରୀୟ ନେତୃତ୍ୱ ନିକଟରେ ଶର୍ମା ଆବେଦନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଛନ୍ତି, ଆପଣଙ୍କ ନିଜ ପରିବାର ଜଣେ ଝିଅ ନ୍ୟାୟ ଚାହୁଁଛି, କେବଳ ନିଜ ପାଇଁ ନୁହେଁ ମାତ୍ର ୧୯ ପଶିଥିବା ସେ ଝିଅଟି ପାଇଁ ମଧ୍ୟ।

ଶର୍ମା କହନ୍ତି, ସେ ଓ ବିଜେପି ବିଧାୟକ ୧୩ ବର୍ଷ ହେବ ବାହା ହେଲେଣି। ତାଙ୍କର ୧୨ ବର୍ଷର ପୁଅ ଓ ୪ ବର୍ଷର ଝିଅଟିଏ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe