ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦକ୍ଷତାର ସମୀକ୍ଷା ହେବା ଦରକାର : ବରିଷ୍ଠ ବିଜେପି ନେତା ସଂଜୟ ପାଶଓ୍ୱାନ୍

Advertisment
ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦକ୍ଷତାର ସମୀକ୍ଷା ହେବା ଦରକାର : ବରିଷ୍ଠ ବିଜେପି ନେତା ସଂଜୟ ପାଶଓ୍ୱାନ୍

image source-aajtak

ପାଟନା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସଂଜୟ ପାଶଓ୍ୱାନ୍ ଏକ ବଡ଼ ବୟାନ୍ ଦେଇଛନ୍ତି। ବିଧାନ ପରିଷଦର ସଦସ୍ୟ ସଂଜୟ ପାଶଓ୍ୱାନ୍ କହିଛନ୍ତି ଯେ ବିହାରର ସବର୍ଣ୍ଣ ସମାଜ ଜାଣିଛନ୍ତି ଯେ ଏଠାରେ ସେମାନଙ୍କର କେହି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ।
ସେ କହିଛନ୍ତି ଯେ, ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢିବା ପାଇଁ ସକ୍ଷମ, କାରଣ ବିହାରରେ ହରିଆନା,ଝାଡ଼ଖଣ୍ଡ ଓ ମହାରାଷ୍ଟ୍ର ଅପେକ୍ଷା ଦଳ ଅଧିକ ସଶକ୍ତ ଏବଂ ସକ୍ରିୟ। ଏହି ଶକ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଛନ୍ତି।

ସଂଜୟ ପାଶଓ୍ୱାନ୍ ଆହୁରି ମଧ୍ୟ କହିଛନ୍ତି ଯେ, ବିହାର ଲୋକେ ରାଜ୍ୟରେ ବିଜେପିର ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦକ୍ଷତାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କର ଦକ୍ଷତାର ସମୀକ୍ଷା ହେବା ଦରକାର ବୋଲି ସେ ଦାବି କରିଛନ୍ତି।

publive-image image source-dnaindia

ବିହାରରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କ ନିଷ୍ପତ୍ତିକୁ ସ୍ବୀକାର କରୁଛନ୍ତି ବୋଲି ବି କହିଛନ୍ତି ସଂଜୟ ପାଶଓ୍ୱାନ୍।
ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଗରିରାଜ କିଶୋର ମଧ୍ୟ ବିଜେପି ବିହାରରେ ଏକାକୀ ବିଧାନସଭା ନିର୍ବାଚନ ଲଢ଼ିବା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ,କିନ୍ତୁ ତାଙ୍କ କଥାକୁ ଗୁରୁତ୍ବ ଦିଆଯାଇ ନଥିଲା ।

publive-image image source--jansatta

ଅପରପକ୍ଷରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ବହୁ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହିଁ ମୁଖ୍ୟମନ୍ତ୍ରୀ ଚେହେରା ହେବେ ଏବଂ ତାଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ଲଢାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe