ପଶ୍ଚିମବଙ୍ଗରେ ପୁଣି ଆରମ୍ଭ ହେଲା ନିର୍ବାଚନ ପରବର୍ତ୍ତୀ ହିଂସା: ବିଜେପି ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ

ପଶ୍ଚିମବଙ୍ଗରେ ପୁଣି ଆରମ୍ଭ ହେଲା ନିର୍ବାଚନ ପରବର୍ତ୍ତୀ ହିଂସା: ବିଜେପି ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ

photo-zee news

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସରିଯାଇ ଫଳାଫଳ ପ୍ରକାଶ ପାଇଯାଇଥିଲେ ବି ହିଂସା ଥମିବାର ନାଁ ନେଉନାହିଁ | କିଛି ଦିନ ହେବ ପଶ୍ଚିମବଙ୍ଗରେ ହିଂସା ଥମିଥିବାବେଳେ ଆଜି ଜଣେ ବିଜେପି ସାଂସଦଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି | ଏହି ସାଂସଦ ଜଣକ ହେଉଛନ୍ତି ଜଲପାଇଗୁରିରୁ ବିଜେପି ସାଂସଦ ଥିବା ଡ. ଜୟନ୍ତ କୁମାର ରାୟ | କିଛି ଦୃବୁର୍ତ୍ତ ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଅନ୍ୟପଟେ ଜୟନ୍ତ କୁମାର ରାୟ ଆକ୍ରମଣ ପଛରେ ଟିଏମସିର ହାତ ଥିବାର ଅଭିଯୋଗ କରିଛନ୍ତି।

ସୂଚନାନୁସାରେ, ଆଜି ସନ୍ଧ୍ୟା ୫ଟାବେଳେ ସେ ଫେରୁଥିବାବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା | ବିଜେପି ସାଂସଦ ଡ. ଜୟନ୍ତ କୁମାର ରାୟ କହିଛନ୍ତି ଯେ ନିର୍ବାଚନ ପରବର୍ତ୍ତୀ ହିଂସା କାରଣରୁ ସେ ଗୃହହୀନ ହୋଇପଡିଥିବା ବିଜେପି କର୍ମୀଙ୍କୁ ଭେଟି ଫେରୁଥିବା ବେଳେ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା। ତୃଣମୂଳ କଂଗ୍ରେସର କିଛି କର୍ମୀ ତାଙ୍କ ଉପରେ ଆକ୍ରମଣ କରିଥିଲେ |

ଏଥିରେ ତାଙ୍କୁ ଆଘାତ ଲାଗିଥିଲେ ବି ଏବେ ଅବସ୍ଥା ସ୍ଥିର ଅଛି | ଏହି ଆକ୍ରମଣରେ ଦୁଇ ବିଜେପି କର୍ମୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe