କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେଡି ସାଂସଦ

Advertisment
କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ବିଜେଡି ସାଂସଦ

ନୁଆଦିଲ୍ଲୀ: ରାଜ୍ୟରେ ବଳକା ଚାଉଳର ଉଠାଣ ତଥା ବକେୟା ସବସିଡି ଟଙ୍କା ପ୍ରଦାନ ଦାବି କରି ଆଜି ବିଜୁ ଜନତା ଦଳ ସାଂସଦମାନେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ସଂସଦଭବନସ୍ଥିତ ତାଙ୍କର କାର୍ଯ୍ୟାଳୟରେ ଭେଟିଥିଲେ। କେନ୍ଦ୍ର ମନ୍ତ୍ରୀଙ୍କୁ ଏନେଇ ଏକ ଦାବିପତ୍ର ଦିଆଯିବା ସହ ସମସ୍ୟାର ତ୍ବରିତ ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏଇ ଅବସରରେ ବିଜେଡି ସାଂସଦମାନଙ୍କ ପ୍ରତିନିଧିମଣ୍ଡଳ ରାଜ୍ୟରେ ଅଖା ଅଭାବ ପ୍ରସଙ୍ଗରେ ମଧ୍ୟ ଶ୍ରୀ ଗୋୟଲଙ୍କୁ ଜଣାଇଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଆଶ୍ବାସନା ଦେଇଥିବାର ଜଣାପଡ଼ିଛି। ବିଜେଡି ସାଂସଦଙ୍କ ପ୍ରତିନିଧିମଣ୍ଡଳରେ ପ୍ରସନ୍ନ ଆଚାର୍ଯ୍ୟ, ଅମର ପଟ୍ଟନାୟକ, ସସ୍ମିତ ପାତ୍ର, ସୁବାସ ସିଂହ, ମୁନା ଖାନ, ସୁଜିତ କୁମାର, ଚନ୍ଦ୍ରାଣୀ ମୁର୍ମୁ ଓ ଅନୁଭବ ମହାନ୍ତି ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe