‘ଦି କଶ୍ମୀର ଫାଇଲ୍‌ସ୍‌’ ସିନେମା ଦେଖି ଫେରୁଥିବା ‘ବିଜେପି’ ସାଂସଦଙ୍କ କାର୍‌ ଉପରକୁ ବୋମା ମାଡ଼

‘ଦି କଶ୍ମୀର ଫାଇଲ୍‌ସ୍‌’ ସିନେମା ଦେଖି ଫେରୁଥିବା ‘ବିଜେପି’ ସାଂସଦଙ୍କ କାର୍‌ ଉପରକୁ ବୋମା ମାଡ଼

Image Courtesy of IG News

କୋଲ୍‌କାତା: ପଶ୍ଚିମବଙ୍ଗର ନଦିୟା ଜିଲ୍ଲାରେ ‘ଦି କଶ୍ମୀର ଫାଇଲ୍‌ସ୍‌’ ଚଳଚ୍ଚିତ୍ର ଦେଖି ଫେରୁଥିବା ବେଳେ ତାଙ୍କ କାର୍‌ ଆଡ଼କୁ ଗୋଟାଏ ବୋମା ଫିଙ୍ଗା ଯାଇଥିବା କଥା ଜଣେ ‘ବିଜେପି’ର ଲୋକସଭା ସାଂସଦ ଜଗନ୍ନାଥ ସର୍କାର୍‌ ଶନିବାର ଦିନ ଅଭିଯୋଗ କରିଛନ୍ତି।

ଦ୍ରୁତ ବେଗରେ ଚାଲୁଥିବା ତାଙ୍କ କାର୍‌ର ପଛପଟେ ବୋମାଟି ପଡ଼ିବାରୁ ସେ ବର୍ତ୍ତିଯାଇଥିବା କହିଛନ୍ତି।

ଗଣମାଧ୍ୟମକୁ ସାଂସଦ ଜଗନ୍ନାଥ ସର୍କାର କହିଛନ୍ତି, ‘ଦି କଶ୍ମୀର ଫାଇଲ୍‌ସ୍‌’ ଦେଖି ମୁଁ ଫେରୁଥିଲି। ଫେରିବା ବାଟରେ ମୋ କାର୍‌ ଆଡ଼କୁ ବୋମାଟିଏ ଫିଙ୍ଗାଯାଇଥିଲା। କିନ୍ତୁ, ଆମେ ଅଳ୍ପକେ ବର୍ତ୍ତିଗଲୁ। ଘଟଣା କ’ଣ ଦେଖିବା ପାଇଁ ଆମେ କିଛି ଦୂର ଯାଇ କାର୍‌ରେ ବ୍ରେକ୍‌ କଷିଲୁ। ୧୦ ମିନିଟ୍‌ ପରେ ପୁଲିସ ଆସିଲା।

publive-image Image Courtesy of RobetNews

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମମତା ବାନାର୍ଜୀ ନେତୃତ୍ବାଧୀନ ମମତା ବାନାର୍ଜୀଙ୍କ ସରକାର ଶାସନରେ ପଶ୍ଚିମବଙ୍ଗରେ ଆଇନଶୃଙ୍ଖଳା ପରିସ୍ଥିତିର ଅବନତି ଘଟିଛି। ତେଣୁ, ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରାଯାଉ।

ରାଜ୍ୟରେ ଆଇନ-ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଯାଇଥିବାରୁ ପଶ୍ଚିମବଙ୍ଗରେ କେହି ସୁରକ୍ଷିତ ନୁହନ୍ତି। ରାଜ୍ୟ ସରକାର ଗଣତନ୍ତ୍ରକୁ ଭୁଶୁଡ଼ାଇ ଦେଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe