ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ୍‌ ଦେବେ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା

Advertisment
ଅନାସ୍ଥା ପ୍ରସ୍ତାବ ବିରୋଧରେ ଭୋଟ୍‌ ଦେବେ ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: କେବଳ ନାମମାତ୍ର ବିଜେପି ସଦସ୍ୟ ବୋଲି ମନେହେଉ ଥିବା ବିଜେପି ସାଂସଦ ଶତ୍ରୁଘ୍ନ ସିହ୍ନା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସପକ୍ଷରେ ଭୋଟ୍‌ ଦେବେ। ଶୁକ୍ରବାର ଦିନ ଲୋକସଭାରେ ଏନ୍‌ଡିଏ ସରକାର ବିରୋଧରେ ବିରୋଧୀମାନେ ଆଗତ କରୁଥିବା ଅନାସ୍ଥା ପ୍ରସ୍ତାବକୁ ସେ ବିରୋଧ କରିବେ ବୋଲି ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।

ସର୍ବସାଧାରଣରେ ବିଜେପି ବିରୋଧରେ କହନ୍ତି ସିହ୍ନା। ମାସ ମାସ ଧରି ସେ ଟୁଇଟର୍‌ରେ ମଧ୍ୟ ବିଜେପି ବିରୋଧରେ କହି ଆସୁଛନ୍ତି। ଶୁକ୍ରବାର ଦିନ ସବୁ ସଦସ୍ୟ ଲୋକସଭାରେ ଉପସ୍ଥିତ ରହିବେ ବୋଲି ପାର୍ଟି ଜାରି କରିଥିବା ହୁଇପ୍‌କୁ ସିହ୍ନା ମାନିବେ ଏବଂ ଭୋଟ୍‌ ମଧ୍ୟ କ୍ରସ୍‌ କରିବେ ନାହିଁ।
ବାଚସ୍ପତିଙ୍କୁ ଛାଡ଼ି ସମ୍ପ୍ରତି ଏନ୍‌ଡିଏର ସାମର୍ଥ୍ୟ ହେଉଛି ୩୧୪। ସେଥିରୁ ବିଜେପି ସାଂସଦ ହେଉଛନ୍ତି ୨୭୩।

ଅସ୍ପଷ୍ଟ ଥିବା ସିହ୍ନାଙ୍କ ଉଦ୍ଦେଶ୍ୟ ଏବେ ସୁସ୍ପଷ୍ଟ ହୋଇଯାଇଛି। କିନ୍ତୁ, କିର୍ତ୍ତୀ ଆଜାଦ୍‌ ଓ ବାହରାଇଚ୍‌ ସାଂସଦ ସାବିତ୍ରୀ ଫୁଲେଙ୍କ ଉଦ୍ଦେଶ୍ୟ ମଧ୍ୟ ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ। ଦୁଇ ଜଣ ସାଂସଦ ଅସୁସ୍ଥ ଅଛନ୍ତି ଏବଂ ଅନ୍ୟ ଜଣେ ବିଦେଶରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe