ଶକ୍ତିକାନ୍ତଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ

Advertisment
ଶକ୍ତିକାନ୍ତଙ୍କ ନିଯୁକ୍ତି  ଉପରେ ପ୍ରଶ୍ନ ଉଠାଇ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବିଜେପି ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ

ନୂଆଦିଲ୍ଲୀ: ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଆଶଙ୍କା ପ୍ରକଟ କରିଛନ୍ତି କି ଗଭର୍ଣ୍ଣର ଶକ୍ତିକାନ୍ତ ନିଜ ପଦବୀର ଭୁଲ୍‌ ଫାଇଦା ଉଠାଇ ପାରନ୍ତି।  ସେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ଏକ ପତ୍ର ଲେଖିଛନ୍ତି।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ର ଜରିଆରେ ସୁବ୍ରମଣ୍ୟମ୍ ସ୍ୱାମୀ  କହିଛନ୍ତି ଯେ ପୂର୍ବରୁ ଶକ୍ତିକାନ୍ତ ଦୁର୍ନୀତିରେ ଘେରି ହୋଇ ରହିଥିବା ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପାଇଁ କାମ କରି ସାରିଛନ୍ତି ଶକ୍ତିକାନ୍ତ ପୂର୍ବ ଅର୍ଥମନ୍ତ୍ରୀଙ୍କର ଖୁବ୍‌ ଘନିଷ୍ଠ ବୋଲି ଜାଣିବା ପରେ ବି କିପରି ତାଙ୍କୁ  ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଛି? ଶକ୍ତିକାନ୍ତ ପି.ଚିଦାମ୍ବରମ୍‌ଙ୍କୁ କୋର୍ଟ ମାମଲାରୁ ମଧ୍ୟ ସୁରକ୍ଷା ଦେବା ପାଇଁ ଉଦ୍ୟମ କରୁଥିଲେ .ବୋଲି ଅଭିଯୋଗ କରିଛନ୍ତି।  ଗଣମାଧ୍ୟମ ଜରିଅାରେ ସ୍ୱାମୀ ପ୍ରଶ୍ନ କରିଛନ୍ତି ଯେ ଶକ୍ତିକାନ୍ତଙ୍କୁ କେଉଁ ଆଧାରରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କରାଯାଇଛି?

publive-image

ଉଲ୍ଲେଖଯୋଗ୍ୟ, ୧୯୮୦ ମସିହା ବ୍ୟାଚ୍‌ର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌)ର ପୂର୍ବତନ ଅଧିକାରୀ ଶକ୍ତିକାନ୍ତ ଦାସଙ୍କୁ ମଙ୍ଗଳବାର ଆର୍‌ବିଆଇର ଗଭର୍ଣ୍ଣର ଭାବେ ନିଯୁକ୍ତି କରାଯାଇଛି। ସେ ହେଉଛନ୍ତି  ଗଭର୍ଣ୍ଣର ପଦବୀ ପ୍ରାପ୍ତ କରିଥିବା ପ୍ରଥମ ଓଡ଼ିଆ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe