ସବୁ‌ କ୍ଷେତ୍ରରେ ବିଫଳ କହି ମୋଦୀ ସରକାରଙ୍କୁ ସମାଲୋଚନା କଲେ ‘ବିଜେପି’ ସାଂସଦ ସୁବ୍ରମଣିୟାନ୍‌ ସ୍ବାମୀ

Advertisment
ସବୁ‌ କ୍ଷେତ୍ରରେ ବିଫଳ କହି ମୋଦୀ ସରକାରଙ୍କୁ ସମାଲୋଚନା କଲେ ‘ବିଜେପି’ ସାଂସଦ ସୁବ୍ରମଣିୟାନ୍‌ ସ୍ବାମୀ

Image Courtesy of India Today

ନୂଆଦିଲ୍ଲୀ: ଶାସନର ପ୍ରାୟ ସବୁକ୍ଷେତ୍ର‌ରେ ବିଫଳ ହୋଇଥିବା ଦର୍ଶାଇ ଆଜି ‘ବିଜେପି’ ରାଜ୍ୟସଭା ସାଂସଦ ମୋଦୀ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି।

ସେ କହିଛନ୍ତି ଯେ, ମୋଦୀ ସରକାର ଅର୍ଥନୀତି ଏବଂ ସୀମା ସୁରକ୍ଷା କ୍ଷେତ୍ରରେ ବିଫଳ ହୋଇଛି। କେନ୍ଦ୍ର ସରକାରଙ୍କ ଆଫଗାନିସ୍ତାନ ସଙ୍କଟ ପରିଚାଳନାକୁ ମଧ୍ୟ ସେ ବିଫଳତା ବୋଲି କହିଛନ୍ତି। ‘ପେଗାସସ୍‌ ଡାଟା ସିକ୍ୟୁରିଟି ବ୍ରିଚ୍‌’ ପାଇଁ ମଧ୍ୟ ସେ କେନ୍ଦ୍ର ସରକାରଙ୍କୁ ଦାୟୀ କରିବା ଭଳି ମନେହେଉଛି। ଏ‌ବକାର ସରକାରଙ୍କ ଶାସନରେ କଶ୍ମୀରର ସ୍ଥିତି ନୈରାଶ୍ୟଜନକ ବୋଲି ସେ କହିଛନ୍ତି।

ମୋଦୀ ସରକାରଙ୍କ ବିଫଳତାର ଏକ ରିପୋର୍ଟ କାର୍ଡ ପ୍ରସ୍ତୁତ କରି ସ୍ବାମୀ ଆଜି ଟୁଇଟ୍‌ରେ ପୋଷ୍ଟ୍‌ କରିଛନ୍ତି।

ସେଥିରେ ଉଲ୍ଲେଖ ଅଛି

ଅର୍ଥନୀତି- ଫେଲ୍‌

ସୀମା ସୁରକ୍ଷା-ଫେଲ୍‌

publive-image Image Courtesy of Mumbai Mirror

ବୈଦେଶିକ ନୀତି- ଆଫଗାନିସ୍ତାନ ବିଫଳତା

ଜାତୀୟ ନିରାପତ୍ତା- ପେଗାସସ୍‌ ଏନ୍ଏସ୍‌ଓ

ଅଭ୍ୟନ୍ତର ନିରାପତ୍ତା- କଶ୍ମୀର ହତାଶା

ଦାୟୀ କିଏ?

ବୁଧବାର ଦିନ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୟପ୍ରକାଶ ନାରାୟଣ, ମୋରାରଜୀ ଦେଶାଇ, ରାଜୀବ ଗାନ୍ଧୀ, ଚନ୍ଦ୍ରଶେଖର, ଏବଂ ପି.ଭି. ନରସିଂହ ରାଓଙ୍କ ଭଳି ବିଖ୍ୟାତ ରାଜନୀତିଜ୍ଞମାନଙ୍କ ଭଳି ଦର୍ଶାଇ ପ୍ରଶଂସା କରିଥିଲେ। ସେ ଟୁଇଟ୍‌ କରିଥିଲେ, ସେ ଯାହା କହନ୍ତି ତାହା କରନ୍ତି ଏବଂ ଯାହା କରନ୍ତି ତାହା କହନ୍ତି। ଭାରତୀୟ ରାଜନୀତିରେ ଏହା ବିରଳ ବୈଚିତ୍ର୍ୟ।

ସୂଚନାଯୋଗ୍ୟ, ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଇ ମମତା ବାନାର୍ଜୀ ବୁଧବାର ଦିନ ସୁବ୍ରମଣିୟାନ୍‌ ସ୍ବାମୀଙ୍କୁ ଭେଟିଥିଲେ। ନଭେମ୍ବର ୨୩ରେ ମଧ୍ୟ ସୁବ୍ରମଣିୟାନ୍‌ ସ୍ବାମୀ ‌ସାମାଜିକ ଗଣମାଧ୍ୟମରେ ମୋଦୀ ସରକାରଙ୍କୁ ସମାଲୋଚନା କରିଥିଲେ। ଟୁଇଟ୍‌ କରି ସେ ଲେଖିଥିଲେ, ଚୀନ୍‌ ଯଦି ଆମର ଆଣବିକ ଅସ୍ତ୍ରକୁ ଭୟ କରୁନି, ଆମେ କାହିଁକି ସେମାନଙ୍କ ଆଣବିକ ଅସ୍ତ୍ରକୁ ଭୟ କରିବା? ଏହା ପୂର୍ବ ଦିନ ମଧ୍ୟ ସେ ଜଣେ ଟୁଇଟର୍‌ ବ୍ୟବହାରକାରୀଙ୍କ ଦରଦାମ ସଂକ୍ରାନ୍ତ ମନ୍ତବ୍ୟର ଉତ୍ତର ଦେଇ ଲେଖିଥିଲେ, ପ୍ରଧାନମନ୍ତ୍ରୀ ମୋଦୀ ଅର୍ଥନୀତି ଜାଣନ୍ତି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe