Image Courtesy of NDTV
ନୂଆଦିଲ୍ଲୀ: ନମୁନାରୁ କୋଭିଡ୍-୧୯ ପଜିଟିଭ୍ ବାହାରିବା ସହ ଦେହରେ ଜୋର୍ଦାର୍ ଲକ୍ଷଣ ଜଣାପଡୁଛି ବୋଲି ଆଜି ଟୁଇଟ୍ କରି ‘ବିଜେପି’ ସାଂସଦ ବରୁଣ ଗାନ୍ଧୀ ସୂଚନା ଦେଇଛନ୍ତି।
ଏହାଛଡ଼ା, ୫ଟି ପ୍ରମୁଖ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଦେଶରେ କୋଭିଡ୍-୧୯ ସଂକ୍ରମଣ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି। ପ୍ରାର୍ଥୀ ଏବଂ ରାଜନୈତିକ ଦଳର କର୍ମୀମାନଙ୍କ ସ୍ବାସ୍ଥ୍ୟ ନିରାପତ୍ତା ନିମନ୍ତେ ଆଉ କିଛି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ସେ ନିର୍ବାଚନ କମିସନ୍ଙ୍କୁ କହିଛନ୍ତି।
Image Courtesy of India Todayଟୁଇଟ୍ କରି ସେ ଲେଖିଛନ୍ତି, ପିଲିଭିଟ୍ରେ ୩ ଦିନ ବିତାଇବା ପରେ ଜୋର୍ଦାର୍ ଲକ୍ଷଣ ଥାଇ ମୁଁ କୋଭିଡ୍ ପଜିଟିଭ୍ ଆସିଛି। ସମ୍ପ୍ରତି ଆମେ ତୃତୀୟ ଲହର୍ ଏବଂ ନିର୍ବାଚନ ପ୍ରଚାର ଅଭିଯାନ ମଝିରେ ଅଛନ୍ତି। ତେଣୁ, ପ୍ରାର୍ଥୀ ଏବଂ ରାଜନୈତିକ ଦଳର କର୍ମୀମାନଙ୍କୁ ବୁଷ୍ଟର୍ ଡୋଜ୍ ଟିକା ଦେବା ପାଇଁ ନିର୍ବାଚନ କମିସନ୍ ନିର୍ଦେଶ ଦେବା ଉଚିତ।
‘କୋଭିଡ୍-ନିରାପଦ’ ନିର୍ବାଚନ କରାଇବା ନିମନ୍ତେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ନାଗରିକ ଓ ପ୍ରତ୍ୟକ୍ଷ ଭୂମିକା ନେବା ପାଇଁ ନିୟୋଜିତ ନିର୍ବାଚନ କର୍ମଚାରୀମାନଙ୍କ ନିମନ୍ତେ ବୁଷ୍ଟର୍ ଡୋଜ୍ ପ୍ରଦାନ ବ୍ୟବସ୍ଥା ତ୍ବରାନ୍ବିତ କରାଇବା ଲାଗି ନିର୍ବାଚନ କମିସନ୍ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼କର ମୁଖ୍ୟ ଶାସନ ସଚିବଙ୍କୁ କହିବା ଉଚିତ।
Follow Us