ପ୍ରଧାନ ବିଚାରପତିଙ୍କୁ ବିଜେପି ସାଂସଦଙ୍କ ଚିଠି: ନ୍ୟାୟପାଳିକା ଉପରେ ମମତା ଆକ୍ରମଣ କରୁଛନ୍ତି

Advertisment

ପଶ୍ଚିମବଙ୍ଗର ପୁରୁଲିଆ  ବିଜେପି ସାଂସଦ ଜ୍ୟୋତିର୍ମୟ ସିଂହ ମାହାତୋ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ଚିଠି ଲେଖି ନ୍ୟାୟପାଳିକାର ପବିତ୍ରତା ଓ ମର୍ଯ୍ୟାଦା ଉପରେ ହେଉଥିବା ଆକ୍ରମଣକୁ ରୋକବାକୁ ନିବେଦନ କରିଛନ୍ତି।

ପଶ୍ଚିମବଙ୍ଗର ପୁରୁଲିଆ  ବିଜେପି ସାଂସଦ ଜ୍ୟୋତିର୍ମୟ ସିଂହ ମାହାତୋ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ଚିଠି ଲେଖି ନ୍ୟାୟପାଳିକାର ପବିତ୍ରତା ଓ ମର୍ଯ୍ୟାଦା ଉପରେ ହେଉଥିବା ଆକ୍ରମଣକୁ ରୋକବାକୁ ନିବେଦନ କରିଛନ୍ତି।

sscxxda

କୋଲକାତା: ପଶ୍ଚିମବଙ୍ଗର ପୁରୁଲିଆ  ବିଜେପି ସାଂସଦ ଜ୍ୟୋତିର୍ମୟ ସିଂହ ମାହାତୋ ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ଚିଠି ଲେଖି ନ୍ୟାୟପାଳିକାର ପବିତ୍ରତା ଓ ମର୍ଯ୍ୟାଦା ଉପରେ ହେଉଥିବା ଆକ୍ରମଣକୁ ରୋକବାକୁ ନିବେଦନ କରିଛନ୍ତି। ଚିଠିରେ ବିଜେପି ସାଂସଦ ଲେଖିଛନ୍ତି ଯେ ରାଜ୍ୟରେ ହୋଇଥିବା ବଡ଼ ଧରଣର ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ନ୍ୟାୟ ମିଳିଛି କିନ୍ତୁ ନ୍ୟାୟପାଳିକାର ମର୍ଯ୍ୟାଦା ସୁରକ୍ଷିତ ରହିବା ଜରୁରୀ।  ପଶ୍ଚିମବଙ୍ଗ ସରକାର ନ୍ୟାୟପାଳିକା ଉପରେ ଲାଗାତାର ଆକ୍ରମଣ କରୁଛନ୍ତି।

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ସିଧାସଳଖ ମମତା ଚ୍ୟାଲେଂଜ କରିବା ସହ ଏହାକୁ ବିରୋଧ କରି ସେ ଜେଲ୍‌ ଯିବାପାଇଁ ମଧ୍ୟ ପ୍ରସ୍ତୁତ ବୋଲି  ଘୋଷଣା କରିବାର କିଛି ଘଣ୍ଟା ପରେ ବିଜେପି ସାଂସଦଙ୍କ ଏହି ଚିଠି ସାମ୍ନାକୁ ଆସିଛି।  ମାହାତୋ ଲେଖିଛନ୍ତି, ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ଐତିହାସିକ ରାୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନ୍ୟାୟପାଳିକାର ନିଷ୍ପତ୍ତିକୁ ସାର୍ବଜନୀନ ମଞ୍ଚରୁ ସମାଲୋଚନା କରୁଛନ୍ତି। ତେଣୁ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଉପରେ ହୋଇଥିବା ଏହି ରାଜନୈତିକ ଆକ୍ରମଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ବୋଲି ମାହାତୋ ପତ୍ରରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe