ଆପ୍ ଉପରେ ବର୍ଷିଲେ ନଡ୍ଡା, ଦିଲ୍ଲୀବାସୀଙ୍କୁ ଦେଲେ ଧନ୍ୟବାଦ

nadda

Photograph: (Sambad.in)

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜେପିର ମହାବିଜୟ ପରେ ବିଜେପି ମୁଖ୍ୟାଳୟରେ କର୍ମକର୍ତ୍ତାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମ୍ବୋଧନ । ଦିଲ୍ଲୀରେ ବଡ ବିଜୟ ନେଇ ସବୁ ଶ୍ରେୟ ମୋଦୀ ଏବଂ ଦିଲ୍ଲୀ ଜନତାଙ୍କୁ ଦେଲେ ନଡ୍ଡା । କହିଲେ, ଭ୍ରଷ୍ଟାଚାରୀ ଦଳକୁ ଜନତା ଜବାବ ଦେଇଛନ୍ତି । ଏ ବିଜୟ ଆଜି ଯଦି ବିଜେପି ପାଇଛି ତାହାଲେ କେବଳ ଆଉ କେବଳ ବିଜେପିର କର୍ମକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ... ସମସ୍ତଙ୍କ ନିଷ୍ଠା ଓ ଶ୍ରମ ଆଜି ଇତିହାସ ରଚିଛି । ପ୍ରଥମେ ଲୋକସଭା ଆଉ ଏବେ ବିଧାନସଭା ନିର୍ବାଚନରେ ଲୋକେ ଆମକୁ ବିଶ୍ବାସ କରିଛନ୍ତି ଯାହା ସ୍ପଷ୍ଟ ଭାବେ ସୂଚେଇ ଦେଉଛି କି, ଦିଲ୍ଲୀବାସୀଙ୍କ ଦିଲରେ କେବଳ ଆଉ କେବଳ ମୋଦୀ ହିଁ ଅଛନ୍ତି...

ମୋଦୀ ଯାହା କୁହନ୍ତି ତାହା କରନ୍ତି, ଏକଥା ଦିଲ୍ଲୀର ଲୋକେ ଜାଣିପାରିଲେ । ମୋଦୀଙ୍କ ଗ୍ୟାରେଣ୍ଟିକୁ ବିଶ୍ବାସ କରି ଭୋଟ୍ ଦେଲେ । ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ୍ କରି ନଡ୍ଡା କହିଛନ୍ତି, ଯେଉଁମାନେ ଭଲ ସଡକର ସ୍ବପ୍ନ ଦେଖାଉଥିଲେ ସେମାନେ ହିଁ ଜନତାଙ୍କୁ ଖାଲ ରାସ୍ତାରେ ଚାଲିବାକୁ ବାଧ୍ୟ କରୁଛନ୍ତି । ଏମାନେ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରୁଛନ୍ତି । ଆଉ ଆଜି ଲୋକେ ଏଭଳି ଦଳକୁ ଘରେ ବସାଇଦେଲେ । 
ନଡ୍ଡା କଡା ଭାଷାରେ ସମାଲୋଚନା କରି କହିଛନ୍ତି, ଆପ୍ ଗୋଟେ ଦଳ ନୁହେଁ ମିଛ କହୁଥିବା ଗୋଟେ ଫ୍ୟାକ୍ଚ୍ରି । ଯେଉଁ ଦଳର ନେତା ଦିନେ ନିଜକୁ ସଚ୍ଚୋଟ କହୁଥିଲେ ସିଏ ହିଁ ବଡ ବେଇମାନୀ ଜଣାପଡିଲେ ଆଉ ସେହି ଦଳର ନେତା ଜଣେ ଜେଲ ଫେରନ୍ତା କହି କେଜ୍ରିୱାଲଙ୍କୁ କଟାକ୍ଷ କରିଛନ୍ତି ନଡ୍ଡା । ସେପଟେ ଖାତା ଖୋଲି ପାରିନଥିବା କଂଗ୍ରେସକୁ ସମାଲୋଚନା ବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe