photo-dna india
ନୂଆଦିଲ୍ଲୀ: ତିନୋଟି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପଞ୍ଜାବ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଇବାର ସମ୍ଭାବନା ରହିଛି। କାରଣ ପଞ୍ଜାବ ବିଜେପି ମୁଖ୍ୟ ଅଶ୍ୱିନୀ ଶର୍ମା ପୂର୍ବତନ ସହଯୋଗୀ ଦଳ ଶିରୋମଣି ଅକାଳି ଦଳ (SAD) ସହିତ ପୁଣିଥରେ ହାତ ମିଳାଇବାର ସମ୍ଭାବନାକୁ ମନା କରିଛନ୍ତି । ଏଥି ସହ ସେ କହିଛନ୍ତି ଯେ ଶିରୋମଣି ଅକାଳି ଦଳ ବଦଳରେ ଅମରିନ୍ଦର ସିଂଙ୍କ ସହ ହାତ ମିଳାଇବାକୁ ବିଜେପି ପ୍ରାଥମିକତା ଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ବିବାଦୀୟ କୃଷି ଆଇନକୁ ରଦ୍ଦ କରିବାକୁ ଘୋଷଣା ରାଜ୍ୟରେ ରାଜନୈତିକ ଝଡ ସୃଷ୍ଟି ହୋଇଛି |
ଆଉ ଏହାରି ଭିତରେ ପୁଣି ଥରେ ଶିରୋମଣି ଅକାଳି ଦଳ ସହ ମେଣ୍ଟ ହେବ ନାହିଁ ବୋଲି ପଞ୍ଜାବ ବିଜେପି ସଭାପତି କହିଛନ୍ତି | ସୂଚନା ଥାଉ କି ବିଜେପି ଓ ଶିରୋମଣି ଅକାଳି ଦଳର ସମ୍ପର୍କ ଖୁବ ନିବିଡ଼ | ଶିରୋମଣି ଅକାଳି ଦଳ, ଏନଡିଏରେ ଥିବାବେଳେ ଗତବର୍ଷ କୃଷି ଆଇନକୁ ବିରୋଧ କରି ଏନଡିଏରୁ ବାହାରିଆସିଥିଲା |
ଆଉ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପେଟେନ ଅମରିନ୍ଦର ସିଂହ ମଧ୍ୟ ସ୍ପଷ୍ଟ କରି କହିଥିଲେ ଯେ ବିଜେପି ସହ ଆସନ ବୁଝାମଣା ଯୋଜନା ୧୧୦ ପ୍ରତିଶତ କାର୍ଯ୍ୟକାରୀ ହେବ। କୃଷକମାନେ ବି ଏହି ଲଢ଼େଇରେ ଯୋଗ ଦେବେ। ୨୦୨୨ ବିଧାନସଭା ନିର୍ବାଚନ ପାଇଁ ସେ ବିଜେପି ସହ ମେଣ୍ଟ କରିବେ ଏବଂ କୃଷକମାନେ ବି ବହୁ ସଂଖ୍ୟାରେ ଯୋଗ ଦେବେ ବୋଲି ଅମରିନ୍ଦର ଦୃଢ଼ୋକ୍ତି ପ୍ରକାଶ କରିଥିଲେ |
Follow Us