Image Courtesy: Hindustan Times
ବସିରହାଟ: କର୍ମୀ ହତ୍ୟା ଏବଂ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିର ଅଧୋପତ୍ତନ ବିଷୟରେ ପ୍ରତିବାଦ ପୂର୍ବକ ସୋମବାର ଦିନ ପଶ୍ଚିମବଙ୍ଗରେ ବିଜେପି କଳା ଦିବସ ପାଳନ କରିବା ସହ ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ବସିରହାଟ ସବ୍ଡିଭିଜନ୍ରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି।
କଳା ବ୍ୟାଚ୍ଧାରୀ ବିଜେପି କର୍ମୀମାନେ ରାଜ୍ୟର ଅନେକ ଅଞ୍ଚଳରେ ରାଲିରେ ପରିକ୍ରମା କରୁଛନ୍ତି।
ଶନିବାର ଦିନ ବସିରହାଟ ଅଞ୍ଚଳରେ ବିଜେପି ଓ ଟିଏମ୍ସି କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିବା କାରଣରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।
କର୍ମୀମାନଙ୍କ ହତ୍ୟାରେ ସମ୍ପୃକ୍ତ ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରି ପିଜେପି ସବ୍ଡିଭିଜନ୍ରେ ପ୍ରତିବାଦ ଯାତ୍ରା ବାହାର କରିଛି। ଅନେକ ସ୍ଥାନରେ ବିଜେପି କର୍ମୀମାନେ ରାସ୍ତା ଓ ରେଳ ଧାରଣା ଉପରେ ବସି ରହିଥିବାରୁ ଯାନବାହନ ଓ ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି।
ରାଜ୍ୟରେ ହିଂସାକାଣ୍ଡ ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ସଂକ୍ରାନ୍ତରେ ଚିନ୍ତା ପ୍ରକଟ କରି କେନ୍ଦ୍ର ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ଆଡ୍ ଭାଇଜରି ପଠାଇଛି। ଏହାର ଉତ୍ତର ଦେଇ ପଶ୍ଚିମବଙ୍ଗ ସରକାର ଲେଖିଛନ୍ତି କି, ରାଜ୍ୟରେ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି ଏବଂ ଆଇନ୍ ପ୍ରବର୍ତ୍ତନ ଏଜେନ୍ସିମାନଙ୍କ ତରଫରୁ କୌଣସି ଅସଫଳତା ଦେଖାଯାଇ ନାହିଁ।
Follow Us