ବିଜେପିର ନୂଆ ‘ମାଷ୍ଟରଷ୍ଟ୍ରୋକ୍‌’: ସିନ୍ଦେ କ୍ୟାବିନେଟରେ ସାମିଲ ହେବେ କି ରାଜ ଠାକରେଙ୍କ ପୁଅ ଅମିତ?

Advertisment
ବିଜେପିର ନୂଆ ‘ମାଷ୍ଟରଷ୍ଟ୍ରୋକ୍‌’: ସିନ୍ଦେ କ୍ୟାବିନେଟରେ ସାମିଲ ହେବେ କି ରାଜ ଠାକରେଙ୍କ ପୁଅ ଅମିତ?

Image Courtesy: News India

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବିଜେପି ଆଉ ଗୋଟିଏ ‘ମାଷ୍ଟରଷ୍ଟ୍ରୋକ୍‌’ ଖେଳିବା ପ୍ରୟାସରେ ରହିଛି। ଏକଦା ବାଲାସାହେବ ଠାକ୍‌ରେଙ୍କ ଏକାନ୍ତ ଅନୁଗତ ରହିଥିବା ତାଙ୍କ ପୁତୁରା ରାଜ ଠାକରେଙ୍କ ପୁଅ ଅମିତ ଠାକରେଙ୍କୁ ମହାରାଷ୍ଟ୍ରର ସିନ୍ଦେ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରିବାକୁ ବିଜେପି ପ୍ରସ୍ତାବ ଦେଇଛି। କାରଣ, ରାଜ୍‌ ଠାକରେଙ୍କ ପୁଅ ଅମିତ ଯଦି ସିନ୍ଦେ କ୍ୟାବିନେଟରେ ସାମିଲ ହୁଅନ୍ତି ସିନ୍ଦେ- ଫଡ଼ନାବୀସ ଯୋଡ଼ି ଶକ୍ତିଶାଳୀ ହେବା ସହ ଉଦ୍ଧବ- ଆଦିତ୍ୟ ଯୋଡ଼ିଙ୍କୁ ଏକ ବଡ଼ ଝଟକା ଲାଗିବ। କାରଣ, ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହାଅଘାଡ଼ି ମେଣ୍ଟ ସରକାରରେ ଉଦ୍ଧବଙ୍କ ପୁଅ ଆଦିତ୍ୟ ଥିଲେ କ୍ୟାବିନେଟ ମନ୍ତ୍ରୀ।

ସଂପ୍ରତି ମହାରାଷ୍ଟ୍ରର ପରିବର୍ତ୍ତିତ ରାଜନୈତିକ ଦୃଶ୍ୟପଟ୍ଟରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଠାରୁ ଗାଦି ଛଡ଼ାଇ ନେଇଛନ୍ତି ଓ ଶିବସେନା-ଏନ୍‌ସିପି- କଂଗ୍ରେସ- ମିଳିତ ହୋଇ ଯେଉଁ ମହାଅଘାଡ଼ି ମେଣ୍ଟ ଗଠନ କରିଥିଲେ ତାକୁ ଭାଙ୍ଗିଦେଇ ବିଜେପି ସହ ମେଣ୍ଟ କରି ମହାରାଷ୍ଟ୍ରରେ ନୂତନ ସରକାର ଗଠନ କରିଛନ୍ତି। ନୂତନ ସରକାରର କ୍ୟାବିନେଟରେ ବାଲା ସାହେବ ଠାକ୍‌ରେଙ୍କ ପୁତୁରା ରାଜ ଠାକରେଙ୍କ ପୁଅ ଅମିତ ଠାକରେଙ୍କୁ ସାମିଲ କରିବାକୁ ବିଜେପି ଯୋଜନା କରୁଛି।

ଉଲ୍ଲେଖଯୋଗ୍ୟ, ଏକଦା ବାଲାସାହେବ ଠାକ୍‌ରେଙ୍କ ଏକାନ୍ତ ଅନୁଗତ ରହିଥିବା ତାଙ୍କ ପୁତୁରା ରାଜ ଠାକରେ ବାଲାସୋହେବଙ୍କ ଦେହାନ୍ତ ପରେ ଉଦ୍ଧବଙ୍କ ସହ ମତାନ୍ତର କାରଣରୁ ‘ମାତୋଶ୍ରୀ’ରୁ ବାହାରି ଆସି ନିଜକୁ ଶିବସେନାରୁ ଅଲଗା କରି ନିଜର ମହାରାଷ୍ଟ୍ର ନବର୍ନିମାଣ ସେନା (ଏମଏନଏସ) ଗଠନ କରିଥିଲେ। ଏବେ ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଶିବସେନାରେ ଠାକରେ ପରିବାରର ପ୍ରଭାବକୁ କାଟିବା ପାଇଁ ଏହାଠାରୁ ଆଉ ଭଲ ସୁଯୋଗ ମିଳିବ ନାହିଁ। ପୁଣି ବର୍ଷ ବର୍ଷ ଧରି ଶିବସେନା ସଭାପତି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟଙ୍କ ବଦଳରେ ଅମିତଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଇଲେ ଦଳକୁ ବହୁ ଲାଭ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe