ଖ୍ରୀଷ୍ଟିଆନ୍‌ମାନଙ୍କୁ ମାଗଣାରେ ଜେରୁଜେଲମ୍‌ ପଠାଇବ ବିଜେପି

Advertisment
ଖ୍ରୀଷ୍ଟିଆନ୍‌ମାନଙ୍କୁ ମାଗଣାରେ ଜେରୁଜେଲମ୍‌ ପଠାଇବ ବିଜେପି

Image Courtesy of TOI

ନୂଆଦିଲ୍ଲୀ: ନାଗାଲାଣ୍ଡ୍‌ରେ କ୍ଷମତାକୁ ଆସିଲେ ଖ୍ରୀଷ୍ଟିଆନ୍‌ମାନଙ୍କୁ ମାଗଣାରେ ଜେରୁଜେଲମ୍‌ ପଠାଇବ ବୋଲି ବିଜେପି କହିଥିବା କଥା ଉତ୍ତରପୂର୍ବ ଗଣମାଧ୍ୟମ ରିପୋର୍ଟ କରିଛି।

ବିଜେପି ଏ ଅଫର୍‌ ସମଗ୍ର ଭାରତର ଖ୍ରୀଷ୍ଟିଆନ୍‌ମାନଙ୍କ ପାଇଁ ନା, କେବଳ ଉତ୍ତରପୂର୍ବର ଖ୍ରୀଷ୍ଟିଆନ୍‌ମାନଙ୍କ ପାଇଁ କି, କେବଳ ନାଗାଲାଣ୍ଡ୍‌ର ଖ୍ରୀଷ୍ଟିଆନ୍‌ମାନଙ୍କ ପାଇଁ ତାହା ଅସ୍ପଷ୍ଟ।

ଏ ମାସର ଶେଷ ଆଡ଼କୁ ତିନୋଟି ଉତ୍ତରପୂର୍ବ ରାଜ୍ୟ ମେଘାଳୟ, ନାଗାଲାଣ୍ଡ୍‌ ଏବଂ ତ୍ରିପୁରାରେ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ଏଭଳି ଅଫର୍‌ ଦେଇଥିବା କୁହାଯାଉଛି। ମେଘାଳୟ ଜନସଂଖ୍ୟାର ପ୍ରାୟ ୭୫% ଖ୍ରୀଷ୍ଟିୟାନ୍‌। ନାଗାଲାଣ୍ଡ୍‌ରେ ଜନସଂଖ୍ୟାର ୮୮% ଖ୍ରୀଷ୍ଟିଆନ୍‌।

ନାଗାଲାଣ୍ଡ୍‌ରେ କ୍ଷମତାକୁ ନିର୍ବାଚିତ ହେଲେ ଖ୍ରୀଷ୍ଟିଆନ୍‌ମାନଙ୍କୁ ମାଗଣାରେ ଜେରୁଜେଲମ୍‌ ପଠାଇବ ବୋଲି ବିଜେପି ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିବା କଥା ସମ୍ବାଦ ସରବରାହ ସଂସ୍ଥା ଉଇଦିନାଗାସ୍‌ ଟୁଇଟ୍‌ କରିଛି। ଏହା କେବଳ ନାଗାଲାଣ୍ଡ୍‌ବାସୀ ଖ୍ରୀଷ୍ଟିଆନ୍‌ମାନଙ୍କ ପାଇଁ ପ୍ରଯୁଜ୍ୟ ବୋଲି ଅନ୍ୟ ଏକ ସମ୍ବାଦ ସଂସ୍ଥା କହିଛି।

କେତେକ କହୁଛନ୍ତି: ହଜ୍‌ ରିହାତି ରଦ୍ଦ କରିବା ଦୃଷ୍ଟିରୁ ବିଚାର କଲେ, ବିଜେପିର ଅଫର୍‌ ପ୍ରବଞ୍ଚନା ଏବଂ ସୁବିଧାବାଦ ଭଳି ମନେ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe