ଦୁର୍ନୀତିଗ୍ରସ୍ତ କଂଗ୍ରେସ ସରକାରର ମୁଖା ଖୋଲି ଥିବାରୁ ଶାହରୁଖ ଖାନଙ୍କ ‘ଯବାନ’କୁ ବିଜେପିର ପ୍ରଶଂସା

Advertisment
ନୂଆ ଅବତାରରେ ଶାହାରୁଖ ଖାନ୍‌, ‘ଯବାନ’ର ସଫଳତା ପରେ ବଢୁଛି ‘ବ୍ରାଣ୍ଡ୍ ଭାଲ୍ୟୁ’

India Today

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ସଦ୍ୟତମ ଫିଲ୍ମ ଯବାନକୁ ବୁଧବାର ପ୍ରଶଂସା କରିଛି ଭାରତୀୟ ଜନତା ପାର୍ଟି (ବିଜେପି)। ଏହି ଚଳଚ୍ଚିତ୍ରରେ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କଂଗ୍ରେସର ୧୦ ବର୍ଷର କୁଶାସନର ମୁଖା ଖୋଲି ଦିଆଯାଇଛି ବୋଲି ବିଜେପି କହିଛି। ଶାହରୁଖ ଖାନଙ୍କ ଚଳଚ୍ଚିତ୍ରର ଏକ ପୋଷ୍ଟର ସେୟାର କରି ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ ଲେଖିଛନ୍ତି- ଯବାନ ଚଳଚ୍ଚିତ୍ର ମାଧ୍ୟମରେ କଂଗ୍ରେସର ୧୦ ବର୍ଷର କୁଶାସନର ମୁଖା ଖୋଲିଥିବାରୁ ଶାହରୁଖ ଖାନଙ୍କୁ ଆମେ ଧନ୍ୟବାଦ ଦେବା ଉଚିତ। ଏହି ଚଳଚ୍ଚିତ୍ର ଉପା ସରକାରର ‘ଶୋଚନୀୟ ରାଜନୈତିକ ଅତୀତ’ର ସ୍ମରଣ କରାଇଦେଉଛି ବୋଲି ଭାଟିଆ ଲେଖିଛନ୍ତି। ଉପା ସରକାର ସିଡବ୍ଲୁଜି, ୨ଜି ଓ କୋଲଗେଟ ଭଳି ବଡ଼ବଡ଼ ଦୁର୍ନୀତିରେ ଜଡ଼ିତ ଥିବା ବେଳେ ଗତ ସାଢ଼େ ନଅ ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ସ୍ବଚ୍ଛ ଶାସନର ନମୁନା ଦେଖାଇଛି ବୋଲି ସେ ଲେଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe