image source-news nation
ଜାମ୍ସେଦପୁର: ଝାଡ଼ଖଣ୍ଡ ବିଜେପିରେ ବିଦ୍ରୋହ ଉଗ୍ର ରୂପ ଧାରଣ କରିଛି। ପରିସ୍ଥିତି ଏଭଳି ହୋଇଛି, ବରିଷ୍ଠ ବିଜେପି ନେତା ତଥା ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସରଜୁ ରାୟ ଏବେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ବିରୋଧରେ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଜାମ୍ସେଦପୁର (ପୂର୍ବ) ବିଧାନସଭାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଆଜି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ରାୟ ଘୋଷଣା କରିଛନ୍ତି। ରାୟ ଏବେ ଦୁଇଟି ବିଧାନସଭା ନିର୍ବାଚନରୁ ପ୍ରାର୍ଥୀ ହେବେ ବୋଲି ସ୍ପଷ୍ଟ ହୋଇଛି। ସେ ନିଜ ଜାମ୍ସେଦପୁର (ପଶ୍ଚିମ) ନିର୍ବାଚନମଣ୍ଡଳୀ ପାଇଁ ନାମାଙ୍କନପତ୍ର କିଣିଥିବା ବେଳେ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ଜାମ୍ସେଦପୁର (ପୂର୍ବ) ବିଧାନସଭାରୁ ନିର୍ବାଚନ ଲଢିବେ ବୋଲି ଆଜି ଘୋଷଣା କରିଛନ୍ତି। ଏହି ଘଟଣା ଏବେ ବିଜେପିରେ ଝଡ଼ ସୃଷ୍ଟି କରିଛି। ମନ୍ତ୍ରୀ ସରଜୁ ରାୟଙ୍କ ଉପରେ କେନ୍ଦ୍ରୀୟ ନେତାମାନେ ମଧ୍ୟ ନଜର ରଖିଛନ୍ତି।
Follow Us