ଏଭଳି ଦାବି ନେଇ ତକିଆ ଚାଦର ଧରି ବିଧାନସଭା ଭିତରେ ପଡ଼ି ରହିଛନ୍ତି ବିଧାୟକ

Advertisment
ଏଭଳି ଦାବି ନେଇ ତକିଆ ଚାଦର ଧରି ବିଧାନସଭା ଭିତରେ ପଡ଼ି ରହିଛନ୍ତି ବିଧାୟକ

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିଧାନସଭାକୁ କିଛି ବି‌ଜେପି ବିଧାୟକ ତକିଆ ଚାଦର ଧରି ପହଞ୍ଚିଥିବା ଦେଖିବାକୁ ମିଳିଛି। ସେହିପରି କିଛିବିଧାୟକ ଶୋଇ ଉଠିବା ପରେ ତକିଆ ଚାଦର ଧରି ବାହାରକୁ ଯାଉଥିବା ବି ନଜରକୁ ଆସିଛି। ବିଧାୟକଙ୍କ ଏଭଳି ଅବସ୍ଥାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ଘଟଣା ଘଟିବ‌ାର କାରଣ ମହୀଶୂର ଅର୍ବାନ ଡେଭଲମେଣ୍ଟ ଅଥୋରିଟିରେ ଦୂର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ବିଜେପି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ପତ୍ନୀ ପାର୍ବତୀଙ୍କ ଏଥିରେ ସଂପୃକ୍ତ ଥିବା ବି ଅଭିଯୋଗ କରିଛି । ତେଣୁ ବିଜେପି ଏହି ଘଟଣାର ଆଲୋଚନା ଦାବି କରିଥିଲା। କିନ୍ତୁ ବିରୋଧୀ ଦଳଙ୍କୁ ଏନେଇ କୌଣସି ଅନୁମତି ନମିଳିବାରୁ ବିଧାୟକମାନେ କର୍ଣ୍ଣାଟକ ବିଧାନପରିଷଦ ଭିତରେ ଦିନରାତି ଧାରଣାରେ ବସି ରହିଛନ୍ତି।

ବିଜେପି ସଦସ୍ୟ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ମୁଲତବୀ ନୋଟିସ୍ ଦେଇଥିଲେ । ହେଲେ ସରକାର ଏଥିରେ ଆଲୋଚନା ନ କରି ଗୃହକୁ ଅନିଦ୍ଧିଷ୍ଟକାଳ ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ଯାହାକୁ ନେଇ ବି‌ଜେପି ବିଧାୟକ ଅସନ୍ତୋଷ ବ୍ୟକ୍ତ କରି ଦିନରାତି ବିଧାନସଭାରେ ପଡ଼ି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe