ଜୟପୁର: ରାଜସ୍ଥାନର ଶିବ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ପ୍ରାର୍ଥୀଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଛାତ୍ରନେତା ରବୀନ୍ଦ୍ର ସିଂହ ଭାଟୀ ୭୦୦୦ ଭୋଟ୍ରେ ଅଗ୍ରଣୀ ଥିବା କଥା ଭାରତର ନିର୍ବାଚନ କମିସନ୍ଙ୍କ ସୂଚନାରୁ ଜଣାପଡ଼ିଛି।
ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସମ୍ପ୍ରତି ଭାଟୀ ୧୬, ୮୬୩ ଖଣ୍ଡ ଭୋଟ୍ରେ ଆଗୁଆ ଅଛନ୍ତି।
ପୂର୍ବରୁ ‘ବିଜେପି’ର ସଦସ୍ୟ ଥିବା ଏହି ୨୬ ବର୍ଷିୟ ନେତାଙ୍କୁ ଦଳ ଟିକେଟ ନ ଦେବାରୁ ସେ ଦଳ ଛାଡ଼ି ସ୍ବାଧୀନ ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବେ ବୋଲି ମନସ୍ଥ କରିଥିଲେ।
ଶିବ ଆସନରୁ ତାଙ୍କ ସହିତ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନେ ହେଲେ କଂଗ୍ରେସର ଅମୀନ୍ ଖାଁ, ‘ବିଜେପି’ର ସ୍ବରୂପ ସିଂହ ଖାରା, ‘ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି’ର ଜଲାମ୍ ସିଂହ ଓ ‘ବିଏସ୍ପି’ର ଜୟରାମ।
Image Courtesy of India Todayରାଜସ୍ଥାନରେ ‘ବିଜେପି’ ବିପୁଳ ସଂଖ୍ୟା ଗରିଷ୍ଠତା ସହିତ ବିଜୟୀ ହେବ। ‘ଯାଦୁଗରଙ୍କ ଯାଦ ଶେଷ ହୋଇଯାଇଛି’। ମଧ୍ୟପ୍ରଦେଶରେ, ‘ବିଜେପି’ ୨/୩ ସଂଖ୍ୟାଗରିଷ୍ଠତା ସହିତ ସରକାର ଗଢ଼ିବ। ଛତିଶଗଡ଼ରେ ମଧ୍ୟ ‘ବିଜେପି’ ସରକାର ଗଢ଼ିବ ବୋଲି ଆଜି ପ୍ରାରମ୍ଭିକ ଭୋଟ୍ ଗଣନାକୁ ଆଧାର କରି କେନ୍ଦ୍ରମନ୍ତ୍ରୀ ତଥା ‘ବିଜେପି’ ନେତା ଗଜେନ୍ଦ୍ର ଶେଖାୱତ୍ କହିଛନ୍ତି।
ସେ କହିଛନ୍ତି, ପ୍ରଥମ ଦିନରୁ ହିଁ ମୁଁ କହି ଆସୁଛି ଯେ, ‘ବିଜେପି’ ବିପୁଳ ସଂଖ୍ୟା ଗରିଷ୍ଠତା ହାସଲ କରିବ। ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ‘ବିଜେପି’ ବିଜୟୀ ହେବ। ଏହାର କାରଣ ପ୍ରଧାନମନ୍ତ୍ରୀ ମୋଦୀ ଗରିବମାନଙ୍କର ଜୀବନଧାରା ବଦଳାଇ ଦେଇଛନ୍ତି।
ସଦ୍ୟତମ ସୂଚନା ଅନୁସାରେ, ବିଜୟ ହାସଲ ପାଇଁ ରାଜସ୍ଥାନରେ ୧୦୧ଟି ଆସନ ଆବଶ୍ୟକ ଥିବା ବେଳେ ‘ବିଜେପି’ ୧୧୧ଟି ଆସନରେ ଅଗ୍ରଣୀ ରହିଛି ବୋଲି ଗଣମାଧ୍ୟମ ଟ୍ରେଣ୍ଡ୍ରୁ ଜଣାପଡ଼ିଛି।
Follow Us