ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ୨ୟ ପ୍ରାର୍ଥୀ ତାଲିକା, ୩ କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍

Advertisment
ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ବିଜେପି ଜାରି କଲା ୨ୟ ପ୍ରାର୍ଥୀ ତାଲିକା, ୩ କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍

ନୂଆଦିଲ୍ଲୀ: ଆସନ୍ତା ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ୩୯ ଜଣିଆ ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ୩ ଜଣ କେନ୍ଦ୍ରମନ୍ତ୍ରୀଙ୍କ ସମେତ ୭ ଜଣ ସାଂସଦଙ୍କୁ ଟିକେଟ୍ ଦିଆଯାଇଛି। ଏମାନଙ୍କ ମଧ୍ୟରେ ପ୍ରହ୍ଲାଦ ପଟେଲ, ନରେନ୍ଦ୍ର ସିଂ ତୋମାର ଓ ଫଗନ ସିଂ କୁଲସ୍ତେ ମୋଦି ସରକାରରେ ମନ୍ତ୍ରୀ ଅଛନ୍ତି ।

ଭାରତୀୟ ଜନତା ପାର୍ଟି ୨୦୨୩ ବିଧାନସଭା ନିର୍ବାଚନକୁ ଯେକୌଣସି ମୂଲ୍ୟରେ ଜିତିବାକୁ ଚାହୁଁଛି। ବୋଧହୁଏ ପ୍ରଥମ ଥର ପାଇଁ କେନ୍ଦ୍ରମନ୍ତ୍ରୀ, ସାଂସଦ ଓ ଦଳର ବରିଷ୍ଠ ନେତାଙ୍କୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରାଯାଇଛି।

ଡିମନି ନିର୍ବାଚନ ମଣ୍ଡଳୀରୁ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ପ୍ରାର୍ଥୀ ହେବେ। ସେହିପରି ଇନ୍ଦୋର-୧ ଆସନରୁ ବିଜେପି ନିଜର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କୁ ପ୍ରାର୍ଥୀ କରିଛି। ବିଜେପି କେନ୍ଦ୍ର ମନ୍ତ୍ରୀ ଫଗନ ସିଂହ କୁଲସ୍ତେଙ୍କୁ ନିବାସ ଆସନରୁ ପ୍ରାର୍ଥୀ କରିଥିବା ବେଳେ ଦଳୀୟ ସାଂସଦ ରାକେଶ ସିଂହ ଜବଲପୁର ପଶ୍ଚିମଆସନରୁ, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ନରସିଂହପୁର ଆସନରୁ ପ୍ରାର୍ଥୀ ହେବେ।

ଗତ ୧୫ ତାରିଖରେ ବିଜେପି ପକ୍ଷରୁ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ସେଥିରେ ୩୯ ଜଣଙ୍କୁ ଟିକେଟ୍ ଦିଆଯାଇଥିଲା । ଅନ୍ୟପକ୍ଷରେ ଆମ ଆଦମୀ ପାର୍ଟି ବି ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe