Hindustan Times
ନୂଆଦିଲ୍ଳୀ: ହେବାକୁ ଥିବା ଉପ ନିର୍ବାଚନ ପାଇଁ ଓଡ଼ିଶା ସମେତ ସମୁଦାୟ ୧୩ଟି ରାଜ୍ୟ ପାଇଁ ୩୨ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି(ବିଜେପି)। ଗଣମାଧ୍ୟମ ସଂସ୍ଥା ଏଏନ୍ଆଇ ମୁତାବକ, ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଅଛନ୍ତି ଆସାମ, ବିହାର, ଛତିଶଗଡ଼, ହିମାଚଳପ୍ରଦେଶ, କେରଳ, ମଧ୍ୟପ୍ରଦେଶ, ମେଘାଳୟ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକିମ, ତେଲେଙ୍ଗାନା ଏବଂ ଉତ୍ତରପ୍ରଦେଶ।
ଆସାମରୁ ୪ ଜଣଙ୍କ ନାମ ଘୋଷଣା ହୋଇଥିବା ବେଳେ କେଳରୁ ୫, ୟୁପିରୁ ୧୦ ଏବଂ ବିହାର, ଛତିଶଗଡ଼, ମେଘାଳୟ, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ତେଲେଙ୍ଗାନାରୁ ଜଣେ ଲେଖାଏ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି।
ପ୍ରାର୍ଥୀମାନଙ୍କ ନାମକୁ ବିଜେପି ସଭାପତି ଜେପି ନଡ୍ଡା ମଞ୍ଜୁରି ଦେବା ପରେ ଏହି ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ଆସନ୍ତା ୨୧ ତାରିଖରେ ଏହି ନିର୍ବାଚନ ହେବାକୁ ଥିବା ବେଳେ ଭୋଟ ଗଣତି ହେବ ୨୪ ତାରିଖରେ ହେବ ବୋଲି ସୂଚନା ରହିଛି।
Follow Us