India Today
ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଦଳର ପରାଜୟକୁ ସ୍ୱୀକାର କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ଠାରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା କହିଛନ୍ତି ଯେ ଆମେ ଝାଡ଼ଖଣ୍ଡର ମତଦାତାମାନଙ୍କ ଜନାଦେଶକୁ ସମ୍ମାନର ସହ ଗ୍ରହଣ କରୁଛୁ। ଆମକୁ ପୂର୍ବରୁ ୫ ବର୍ଷ ପାଇଁ ସେବା କରିବାର ସୁଯୋଗ ଦେଇଥିବାରୁ ଦଳ ରାଜ୍ୟବାସୀଙ୍କ ନିକଟରେ କୃତଜ୍ଞ।
ଚଳିତ ନିର୍ବାଚନରେ ରାଜ୍ୟବାସୀ ଆମକୁ ବିରୋଧୀ ଆସନରେ ବସିବା ପାଇଁ ସୁଯୋଗ ଦେଇଛନ୍ତି। ଆମେ ଏହାକୁ ମଧ୍ୟ ସମ୍ମାନର ସହ ଗ୍ରହଣ କରୁଛୁ। ଏକ ଦାୟିତ୍ୱ ସଂପନ୍ନ ବିରୋଧୀଦଳ ଭାବେ ଆମେ ଆମର ଦାୟିତ୍ୱ ନିର୍ବାହ କରିବା ସହ ଝାଡ଼ଖଣ୍ଡର ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବୁ। ଏଥିସହ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିବାକୁ ଯାଉଥିବା ଜେଏମ୍ଏମ୍ର ମୁଖିଆ ହେମନ୍ତ ସୋରେନ୍ଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ବିଜେପିର ରାଷ୍ଟ୍ର୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା।
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ, ‘ଆମେ ଝାଡ଼ଖଣ୍ଡର ମତଦାତାମାନଙ୍କ ଜନାଦେଶକୁ ସମ୍ମାନର ସହ ଗ୍ରହଣ କରୁଛୁ’ ବୋଲି କହିବା ସହ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ପଦଭାର ଗ୍ରହଣ କରିବାକୁ ଯାଉଥିବା ଜେଏମ୍ଏମ୍ର ମୁଖିଆ ହେମନ୍ତ ସୋରେନ୍ଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।
Follow Us