ପ୍ରଧାନମନ୍ତ୍ରୀ ଥିବାବେଳେ ଡ. ମନମୋହନ ସିଂଙ୍କୁ ବାରମ୍ବାର ଅପମାନିତ  କରୁଥିଲା କଂଗ୍ରେସ : ବିଜେପି

ବିଜେପି ମୁଖପାତ୍ର ତଥା ପୁରୀ ସାଂସଦ ଡ. ସଂବିତ ପାତ୍ର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ସିଂଙ୍କ ପରି ଜଣେ ସର୍ବମାନ୍ୟ ନେତାଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ରାଜନୀତି କରିବା ବେଶ ଦୁର୍ଭାଗ୍ୟଜନକ ।

ଅଦ୍ୟତନ ହୋଇଛି
mms

ଭୁବନେଶ୍ବର : ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ଶେଷକୃତ୍ୟକୁ ନେଇ ରାଜନୀତି ବଢିବାରେ ଲାଗିଛି । ଦିଲ୍ଲୀର ନିଗମଘାଟରେ ଡ. ସିଂଙ୍କ ଶେଷକୃତ୍ୟ କରିବାକୁ ନେଇ କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗନ୍ଧି କହିଛନ୍ତି ଯେ ଏପରି କରି ମୋଦୀ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ  ଅପମାନ କରିଛନ୍ତି । ଏବେ ରାହୁଲଙ୍କ ଆରୋପର ଜବାବ ଦେଇଛି ବିଜେପି । 

ବିଜେପି ମୁଖପାତ୍ର ତଥା ପୁରୀ ସାଂସଦ ଡ. ସଂବିତ ପାତ୍ର ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ସିଂଙ୍କ ପରି ଜଣେ ସର୍ବମାନ୍ୟ ନେତାଙ୍କ ମୃତ୍ୟୁକୁ ନେଇ କଂଗ୍ରେସ ରାଜନୀତି କରିବା ବେଶ ଦୁର୍ଭାଗ୍ୟଜନକ । ଡ. ସିଂଙ୍କ ପାଇଁ ଏକ ସ୍ମୃତିସ୍ଥଳ ପ୍ରତିଷ୍ଠା କରିବାକୁ ସରକାର ମଧ୍ୟ ସହମତ । କିନ୍ତୁ ଏଥିପାଇଁ ବିଭିନ୍ନ ପ୍ରକ୍ରିୟା ରହିଛି ଓ ତାହା କରିବାକୁ ସମୟ ଲାଗିବ । କିନ୍ତୁ ଶେଷକୃତ୍ୟ ତାହାକୁ ଅପେକ୍ଷା କରିବ ନାହିଁ । ଏଣୁ ଶେଷକୃତ୍ୟ ନିଗମବୋଧ ଘାଟରେ କରାଯାଇଥିଲା । ଏ ସଂପର୍କରେ କଂଗ୍ରେସକୁ ପତ୍ର ଲେଖି ସରକାର ଜଣାଇଥିଲେ । ଏହା ସତ୍ତ୍ବେ କଂଗ୍ରେସ ଏହାକୁ ନେଇ ରାଜନୀତି କରୁଛି ।
ସେ ମଧ୍ୟ କହିଥିଲେ ଯେ ଡ. ସିଂ ପ୍ରଧାନମନ୍ତ୍ରୀ ଥିବାବେଳେ ରାହୁଲ ଗାନ୍ଧି ତାଙ୍କର ବାରମ୍ବାର ଅପମାନ କରୁଥିଲେ । କ୍ୟାବିନେଟର ନିଷ୍ପତ୍ତି ଚିରିଦେଇଥିଲେ । ସରକାରରେ ସୋନିଆଙ୍କ ନେତୃ୍ତ୍ବରେ ଥିବା ଜାତୀୟ ପରାମର୍ଶଦାତା ପରିଷଦର ହସ୍ତକ୍ଷେପ ମନମୋହନଙ୍କୁ ଦୁଃଖ ଦେଉଥିଲା । ଏଣୁ ସେ ଇସ୍ତଫା ଦେବାକୁ ବି ବିଚାର କରୁଥିଲେ ବୋଲି କେତେକ ପୁସ୍ତକରେ ଉଲ୍ଲେଖ ରହିଛି । ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ, ଯାହାଙ୍କ ନେତୃତ୍ବରେ ଅର୍ଥନୈତିକ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା, ତାଙ୍କର ମୃତ୍ୟୁପରେ ବି ତାଙ୍କୁ କଂଗ୍ରେସ ଦଳ ଅପମାନିତ କରିଥିଲା । ତାଙ୍କ ମୃତଦେହକୁ କଂଗ୍ରେସକୁ ଦପ୍ତରକୁ ଅଣାଯିବାକୁ ଅନୁମତି ଦିଆଯାଇନଥିଲା । ଏପରିକି ଦିଲ୍ଲୀରେ ତାଙ୍କର ଅନ୍ତିମ ସଂସ୍କାରକୁ ଅନୁମତି ଦିଆଯାଇନଥିଲା । ବାଧ୍ୟ ହୋଇ ଶ୍ରୀ ରାଓଙ୍କ ପରିବାରଲୋକେ ହାଇଦ୍ରାବାଦରେ ଶେଷକୃତ୍ୟ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe