ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ‘ବିଜେପି’ ନିରବ; ଆସନ୍ତାକାଲି ଶପଥ ନେବେ ନିର୍ବାଚିତ ବିଧାୟକ

Advertisment
ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ ‘ବିଜେପି’ ନିରବ; ଆସନ୍ତାକାଲି ଶପଥ ନେବେ ନିର୍ବାଚିତ ବିଧାୟକ

ପାନାଜି: ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ, ସେ ବିଷୟରେ ‘ବିଜେପି’ ନିରବ ଥିବା ବେଳେ ଆସନ୍ତାକାଲି ନବ ନିର୍ବାଚିତ ବିଧାୟକମାନଙ୍କ ଶପଥ ଗ୍ରହଣ ପାଇଁ ଗୋଆର ରାଜ୍ୟପାଳ ପି.ଏସ୍‌. ଶ୍ରୀଧରନ୍‌ ପିଲାଇ ରାଜ୍ୟ ବିଧାନସଭା ଅଧିବେଶନ ଡକାଇଛନ୍ତି।

publive-image Image Courtesy of NDTV

ଗତ ଶୁକ୍ରବାର ଦିନ ପ୍ରକାଶିତ ବିଧାନସଭା ଫଳାଫଳରେ ଅଧିକ ଆସନ ଜିଣିଥିବା ‘ବିଜେପି’ ଏହାକୁ ମିଶାଇ କ୍ରମାଗତ ୩ୟ ଥର ପାଇଁ ଗୋଆରେ ସରକାର ଗଠନ କରିବାକୁ ଯାଉଛି।

ଗୋଆର ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା କଥାକୁ ଦଳୀୟସୂତ୍ର ଅଗ୍ରାହ୍ୟ କରିଦେବା ସହ କହିଛି ଯେ, ‘ବିଜେପି’ ବିଜୟ ହାସଲ କରିଥିବା ୪ଟି ରାଜ୍ୟରେ ସମନ୍ବିତ ଶପଥ ଗ୍ରହଣ ନିମନ୍ତେ କେନ୍ଦ୍ରୀୟ ନେତୃତ୍ବ ଯୋଜନା କରୁଛି।

publive-image Image Courtesy of Zee News

ଗୋଆର ପ୍ରମୁଖ ରାଜନୈତିକ ଦଳ ‘ମହାରାଷ୍ଟ୍ର ଗୋମନ୍ତକ ପାଟି’ (ଏମ୍‌ଜିପି) ଏବଂ ୩ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପାଇଥିବା ‘ବିଜେପି’ ସରକାର ଗଠନ ନିମନ୍ତେ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନିମନ୍ତେ ଦାବି ଉପସ୍ଥାପନ କରିବ।

ସମୁଦାୟ ୪୦ ସଦସ୍ୟ ଥିବା ଗୋଆ ବିଧାନସଭାର ୨୦ଟି ଆସନରେ ‘ବିଜେପି’ ବିଜୟ ହାସଲ କରିଛି। ଗୋଆର ମୁଖ୍ୟମନ୍ତ୍ରୀ ଥିବା ପ୍ରମୋଦ ସାୱନ୍ତ ଶନିବାର ଦିନ ରାଜଭବନ ଯାଇ ରାଜ୍ୟପାଳ ପି. ଏସ୍‌. ଶ୍ରୀଧରନ୍‌ ପିଲାଇଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ସରକାର ଗଠନ ନିମନ୍ତେ ଦାବି କରାଯିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe