କାଠମାଣ୍ଡୁ ନାଇଟ୍‌କ୍ଲବ୍‌ରେ ରାହୁଲ୍‌ ଗାନ୍ଧୀ: କଂଗ୍ରେସ କହିଲା, ପାର୍ଟିକୁ ଯିବାରେ ଦୋଷ କ’ଣ?

Advertisment
କାଠମାଣ୍ଡୁ ନାଇଟ୍‌କ୍ଲବ୍‌ରେ ରାହୁଲ୍‌ ଗାନ୍ଧୀ ପାର୍ଟି କରୁଥିବା ଭିଡିଓ ସେୟାର୍‌ କରି ତୀବ୍ର ସମାଲୋଚନା କଲା ‘ବିଜେପି’

Image Courtesy of India Today

ନୂଆଦିଲ୍ଲୀ: ନେପାଳର ରାଜଧାନୀ କାଠମାଣ୍ଡୁର ଏକ ନାଇଟ୍‌କ୍ଲବ୍‌ରେ ରାହୁଲ୍‌ ଗାନ୍ଧୀ ପାର୍ଟି କରୁଥିବାର ଭିଡିଓ କ୍ଲିପ୍‌ ସେୟାର୍ କରି ‘ବିଜେପି’ ବିବାଦ ଆରମ୍ଭ କରିବା ପରେ କଂଗ୍ରେସ କହିଛି, ଏଥିରେ ଦୋଷ କ’ଣ?

ଭାଇରାଲ୍‌ ହୋଇଥିବା ଭିଡିଓ ସଂକ୍ରାନ୍ତରେ ସାମ୍ବାଦିକ ସମ୍ମିଳନୀରେ ପଚରାଯିବାରୁ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂର୍ଯ୍ୟେୱାଲା ସ୍ପଷ୍ଟୀକରଣ ଦେଇ କହିଲେ ଯେ, ରାହୁଲ୍‌ ଗାନ୍ଧୀ କାଠମାଣ୍ଡୁରେ ଜଣେ ବନ୍ଧୁଙ୍କ ବିବାହ ଅନୁଷ୍ଠାନରେ ଯୋଗ ଦେଇଥିଲେ। ଅକାରଣରେ ରାହୁଲ୍‌ଙ୍କ ସାଙ୍ଗରେ ନ ଲାଗି ‘ବିଜେପି’ ଗୁରୁତ୍ବପୂର୍ଣ୍ଣ ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଉ।

publive-image Image Courtesy of Asianet News

ସେ କହିଛନ୍ତି, ଜଣେ ବନ୍ଧୁଙ୍କ ବାହାଘର ପାଇଁ ରାହୁଲ୍‌ ଗାନ୍ଧୀ କାଠମାଣ୍ଡୁ ଯାଇଥିଲେ। ତାହା ଥିଲା ତାଙ୍କର ବ୍ୟକ୍ତିଗତ ଗସ୍ତ। ‘ବିଜେପି’ ବିଜୁଳି ସଙ୍କଟ, ମୁଦ୍ରାସ୍ଫୀତି ସଂକ୍ରାନ୍ତ ପ୍ରଶ୍ନର ଜବାବ ନ ଦେଇ ରାହୁଲ୍‌ ଗାନ୍ଧୀଙ୍କ ସାଙ୍ଗରେ ଲାଗିଛି କାହିଁକି?

ଏ ଦେଶରେ ପରିବାର ରହିବା ଅର୍ଥ ବିବାହ, ନିର୍ବନ୍ଧ ଭଳି ଅନୁଷ୍ଠାନରେ ଯୋଗ ଦେବା ଆମ ସଂସ୍କୃତି ଓ ସଭ୍ୟତାର କଥା। ବିବାହ କରିବା, କାହାର ସାଙ୍ଗ ହେବା ଅଥବା ସେମାନଙ୍କର ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବା ଏ ପର୍ଯ୍ୟନ୍ତ ଏ ଦେଶରେ ଅପରାଧ ଭାବେ ବିବେଚନା କରାଯାଇନାହିଁ।

ମୋଦୀଙ୍କୁ ବିଦ୍ରୂପ କରି ସୂର୍ଯେୱାଲା କହିଲେ, ପ୍ରଧାନମନ୍ତ୍ରୀ ମୋଦୀ ପାକିସ୍ତାନ ଯିବା ଭଳି ରାହୁଲ୍‌ ଗାନ୍ଧୀ ଅନିମନ୍ତ୍ରିତ ଅତିଥି ହୋଇ ଯାଇ ନାହାନ୍ତି। ଜଣେ ବନ୍ଧୁଙ୍କର ବିବାହ ଉତ୍ସବରେ ଯୋଗ ଦେବା ପାଇଁ ରାହୁଲ୍‌ ଗାନ୍ଧୀ ବନ୍ଧୁଭାବାପନ୍ନ ରାଷ୍ଟ୍ର ନେପାଳକୁ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe