ବିଜେପି ୫ଟି ରାଜ୍ୟର ନିର୍ବାଚନ ପ୍ରଚାରରେ ୩୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି; ୟୁପିରେ ସର୍ବାଧିକ

Advertisment
ଦିଲ୍ଲୀ ପୌର ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ପଦକ୍ଷେପ, ୩୦୨୪ ଇଡବ୍ଲ୍ୟୁଏସ୍‌ ଫ୍ଲାଟ୍‌ ଉଦ୍‌ଘାଟନ କଲେ ମୋଦୀ

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରାରମ୍ଭରେ ପାଞ୍ଚଟି ରାଜ୍ୟର ବିଧାନସଭା ପାଇଁ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ୩୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ଏହି ରାଜ୍ୟଗୁଡ଼ିକରେ ପ୍ରଚାର ପାଇଁ ୧୯୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ତେବେ, ବିଜେପି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପ୍ରଚାରରେ ସର୍ବାଧିକ ଟଙ୍କା ଖର୍ଚ୍ଚ କରିଛି।

ବିଜେପି ଦ୍ୱାରା ଦାଖଲ କରାଯାଇଥିବା ଏବଂ ନିର୍ବାଚନ କମିଶନଙ୍କ ଦ୍ୱାରା ସର୍ବସାଧାରଣଙ୍କ ଗୋଚରାର୍ଥେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର, ଗୋଆ ଏବଂ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଦଳ ଏହାର ପ୍ରଚାର ଅଭିଯାନରେ ୩୪୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି।

ବିଜେପିର ଖର୍ଚ୍ଚ ରିପୋର୍ଟରୁ ଜଣାପଡିଛି ଯେ ଏହା ଉତ୍ତରପ୍ରଦେଶରେ ୨୨୧ କୋଟିରୁ ଅଧିକ ଟଙ୍କା, ମଣିପୁରରେ ୨୩ କୋଟିରୁ ଅଧିକ, ଉତ୍ତରାଖଣ୍ଡରେ ୪୩.୬୭ କୋଟି ଟଙ୍କା, ପଞ୍ଜାବରେ ୩୬ କୋଟିରୁ ଅଧିକ ଏବଂ ଗୋଆରେ ୧୯ କୋଟି ଟଙ୍କା ଖର୍ଚ୍ଚ କରିଛି।

ସେହିପରି କଂଗ୍ରେସ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟ ଅନୁଯାୟୀ, ପାଞ୍ଚଟି ରାଜ୍ୟରେ ନିର୍ବାଚନ ପ୍ରଚାର ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଏହା ୧୯୪ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି।

ଉଲ୍ଲେଖଯୋଗ୍ୟ, ବିଜେପି ଏବଂ କଂଗ୍ରେସ ଉଭୟେ ହେଉଛନ୍ତି ସ୍ୱୀକୃତିପ୍ରାପ୍ତ ଜାତୀୟ ଦଳ। ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳଗୁଡିକ ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିର୍ବାଚନ କମିଶନଙ୍କ ନିକଟରେ ସେମାନଙ୍କର ନିର୍ବାଚନ ଖର୍ଚ୍ଚ ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe